ଆଜିକାଲି ପ୍ରାୟ ଅଧିକାଂଶ ଲୋକଙ୍କର ସ୍ମାର୍ଟଫୋନରେ ସ୍ୱିଗି ଏବଂ ଜୋମାଟୋ ଫୁଡ ଭଳି ଡେଲିଭରି ଆପ୍ ରହିବା ଏକ ପ୍ରକାର ଆବଶ୍ୟକତାରେ ପରିଣତ ହୋଇ ଗଲାଣି । କିଛି ଭଲ ଖାଇବା କଥା ଭାବିବା ମାତ୍ରେ ମନେ ପଡିଯାଏ ସ୍ୱିଗି ଏବଂ ଜୋମାଟୋ । ବର୍ତ୍ତମାନର କୋରୋନା ମହାମାରୀ ସମୟରେ ମଧ୍ୟ ଏହି ଫୁଡ ଡେଲିଭରି ସେବା ଜାରି ରହିଛି । ଲକ୍ଡାଉନ ଏବଂ ସଟ୍ଡାଉନ୍ ସମୟରେ ଠିକ୍ ସମୟରେ ଲୋକମାନଙ୍କ ପାଖରେ ନିଜ ମନ ପସନ୍ଦର ଖାଇବା ପହଞ୍ଚି ପାରୁଛି । କିନ୍ତୁ ଆଜି ସ୍ୱିଗି ଏବଂ ଜୋମାଟୋରେ କାମ କରୁଥିବା ଡେଲିଭରି ବୟ ଏବଂ ହୋଟେଲ କାର୍ଯ୍ୟକର୍ତ୍ତ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଭୂବନେଶ୍ୱର ବାପୁଜୀନଗର ସ୍ଥିତ ଭେନସ୍ ଇନ୍ ହୋଟେଲ୍ରେ ଏଭଳି ପରିସ୍ଥିତି ଉପୁଜିଥିବା ସୂଚନା ମିଳିଛି । ସୂଚନା ଅନୂଯାୟୀ ସ୍ୱିଗି ଏବଂ ଜୋମାଟୋ ଯୋଗେ ଭେନସ୍ ହେଟେଲକୁ ଆସିଥିବା ଅଧିକାଂଶ ଗ୍ରାହକଙ୍କର ଅର୍ଡରକୁ ହୋଟେଲ ସ୍ୱୀକାର କରିଥିଲେ ମଧ୍ୟ ସେସବୁକୁ ଠିକ୍ ସମୟରେ ପ୍ରସ୍ତୁତ କରିପାରି ନଥିବାରୁ ହୋଟେଲ ସାମ୍ମନାରେ ଡେଲିଭରି ବୟ ମାନଙ୍କର ଭିଡ ଲାଗି ରହିଥିଲା । । ଯେଉଁଥିପାଇଁ ହୋଟେଲ କାର୍ଯ୍ୟକର୍ତ୍ତା ଏବଂ ଡେଲିଭରି ବୟ ମାନଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଅନେକ ଗ୍ରାହକଙ୍କର ଅର୍ଡରକୁ ବାଧ୍ୟ ହୋଇ କ୍ୟାନସଲ୍ କରାଯାଇଥିଲା ।