ସରକାରଙ୍କ ନିଷ୍ପତ୍ତି କ୍ରମେ ଆଜି ଓଡ଼ିଶାର କିଛି ଜିଲ୍ଲାରେ ସର୍ଟଡାଉନ ବଳବତ୍ତର ଥିବା ବେଳେ ଯାଜପୁର ଜିଲ୍ଲାରେ ମଧ୍ୟ ସର୍ଟଡାଉନ ଥିବା ବେଳେ ବହୁ ଅମାନିଆ ବ୍ୟକ୍ତି ମାନେ ସରକାରଙ୍କ ନିୟମକୁ ନମାନି ଗାଡି ଧରି ମୁଖ୍ୟ ରାସ୍ତାରେ ଯାତାୟତ କରୁଥିବାରୁ ଆଜି ସକାଳ 10 ଘଟିକା ସମୟରେ କଳିଙ୍ଗନଗର ଛକରେ ସ୍ଥାନୀୟ ଥାନାର ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ଉପସ୍ଥିତରେ କଡା ପ୍ରହରା ଦିଆଯିବା ସହିତ ଅମାନିଆ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ଦେଖିବକୁ ମିଳିଛି ।