ନିଜକୁ ସିଂଘମ ଭାବେ ପରିଚୟ ଦେଉଥିବା ଅନିରୁଦ୍ଧ ନାୟକଙ୍କ ବିରୋଧରେ ହୋଇଥିଲା ମାରାଣାତ୍ମକ ଆକ୍ରମଣ ଭଳି ସଂଙ୍ଗିନ୍ ଅଭିଯୋଗ। କିଛି ଦିନ ପୂର୍ବରୁ ଜମିବାଡି ସଙ୍କ୍ରାନ୍ତୀୟ ଅଭିଯୋଗ କାରିଙ୍କୁ ତିର୍ତ୍ତୋଲ ଥାନାରେ ଆକ୍ରମଣ କରିଥିଲେ। ଯାହାକୁ ନେଇ ଆକ୍ରମଣ ର ଶିକାର ହୋଇଥିବା କ୍ଷୀଷ୍ଟାନନ୍ଦ ପୁର ପଞ୍ଚାୟତ ନୂଆଗାଁ ଗ୍ରାମର ରସ୍ମିକାନ୍ତ ସାହୁ ଅନିରୁଦ୍ଧ ନାୟକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଯାହାର ପ୍ରଥମ ପ୍ରସାରଣ NNS ODIAରେ ହୋଇଥିଲା। ସେ ଦିନ ଏହି ଆକ୍ରମଣ ପରେ ରାତାରାତି ତରବରିଆ ଭାବେ ଦବଙ୍ଗ ବାବୁଙ୍କୁ ଜଗତସିଂହପୁର ହେଡ କ୍ୱାଟର କୁ ବଦଳି କରିଦେଇଥିବା ଜଣା ପଡ଼ିଥିଲା।ଏହା ପରେ ଆଜି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏସ ଆଇ ଅନିରୁଦ୍ଧ ନାୟକ ଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।।