କଟକ : ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ମରଶରୀରକୁ କଲିକତାରୁ କଟକ ଅଭିମୁଖେ ଅଣାଯାଉଛି । ଗତକାଲି ରାତିରେ କଲିକତାର ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଭିଜିଲାନ୍ସ ବିଭାଗର ଏକ ଟିମ୍ କଲିକତାରେ ପହଞ୍ଚିଛନ୍ତି । ସରକାରୀ କଟକଣା ମଧ୍ୟରେ ତାଙ୍କ ମରଶରୀର କଟକ ଅଭିମୁଖେ ଆସୁଛି ।
ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ସେ ଜଣେ ଅଭିଜ୍ଞ, ଦକ୍ଷ ପୋଲିସ ପ୍ରଶାସକ ଏବଂ ଜଣେ ପ୍ରବୀଣ ଲେଖକ ଥିଲେ । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ସୂଚନାଯୋଗ୍ୟ, କୋଭିଡ୍ରେ ଆକ୍ରାନ୍ତ ହେବାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଇକ୍ମୋ ଚିକିତ୍ସା ପାଇଁ ଜୁନ୍ ୮ ତାରିଖରେ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସରେ ତାଙ୍କୁ କୋଲକାତା ନିଆଯାଇଥିଲା । ମୃତ୍ୟୁ ବେଳକୁ ୫୬ ବର୍ଷ ହୋଇଥିଲା ।