ଆମ୍ବ ବିକ୍ରିର ନୂଆ ଠିକଣା ଗାଁ ଆମ୍ବ ପସରା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆମ୍ବ ଆମଦାନୀ କରି ଭୁବନେଶ୍ୱରର ଆମ୍ବ ବଜାରରେ ବିକ୍ରି କରାଯାଉଛି । ପ୍ରତିଥର ଭଳି ଏଥର ରାଜ୍ୟ ବାହାରୁ ଆମ୍ବ ଆମଦାନୀ କରାଯାଇନାହିଁ । ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରୁ ଆମ୍ବକୁ ଆମଦାନୀ କରି ଭୁବନେଶ୍ୱରର ସ୍ୱତନ୍ତ୍ର ଆମ୍ବ ବଜାରରେ ବିକ୍ରି କରୁଛି ଓରମାସ୍ । ଗାଁ ଆମ୍ବ ପସରା ୭ତାରିଖରୁ ଆରମ୍ଭ ହୋଇ ୧୭ତାରିଖ ପର୍ଯ୍ୟନ୍ତ ଏହି ଷ୍ଟଲଟି ପଡିଥିବା ବେଳେ ଆଜି ହେଉଛି ଏହାର ଶେଷ ଦିନ । ଲୋକଙ୍କୁ ବିଭିନ୍ନ ପ୍ରଜାତିର ଆମ୍ବ ଯୋଗାଇଦେବାକୁ କିଛି ବର୍ଷ ହେବ ଓରମାସ୍ ପକ୍ଷରୁ ଏହି ଆୟୋଜନ କରାଯାଇଛି । ଚଳିତବର୍ଷ କଳାହାଣ୍ଡି. ଗଜପତି, ରାୟଗଡା, ଅନୁଗୁଳ, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାରେ ଚାଷୀ ମାନେ ନିଜ ନିଜ ବଗିଚାରୁ ଆମ୍ବ ଆଣି ବିକ୍ରି କରୁଛନ୍ତି । ଏହି ଗାଁ ଆମ୍ବ ପସରା କାର୍ଯ୍ୟକ୍ରମଟି ଭୁବନେଶ୍ୱରର ଦୁଇଟି ସ୍ଥାନରେ ଷ୍ଟଲ ପଡିଛି । ଗାଁ ଆମ୍ବ ପସରାରେ ଆମ୍ରପଲ୍ଲୀ, ମଲ୍ଲିକା, ଲେଙ୍ଗଡା, ବାଇଗଣପଲ୍ଲୀ,ବମ୍ବେ ଗ୍ରୀନ୍, ଦଶେରୀ ଓ ସୁନ୍ଦରୀ ବିଭିନ୍ନ କିସମର ଆମ୍ବ ଏଠାରେ ବିକ୍ରି କରାଯାଉଛି । ତାଲା ବନ୍ଦ ଯୋଗୁଁ ଏହି ଗାଁ ଆମ୍ବ ପସରା ଷ୍ଟଲଟି ସକାଳ ୭ଟାରୁ ଦିନ ୧୧ଯାଏଁ ଖୋଲା ରହୁଛି । ଆପଣମାନେ ଯଦି ବଜାରକୁ ଆସିପାରୁନାହାଁନ୍ତି ଘରେ ରହି ମଧ୍ୟ ଅନଲାଇନ୍ ଅର୍ଡର କରିପାରିବେ । ବର୍ତ୍ତମାନ ଯାହା ଦେଖିବାକୁ ମିଳୁଛି ସାମାଜିକ ଦୂରତାକୁ ଲକ୍ଷ୍ୟ କରି ଏଠାରେ ଭିନ୍ନ ଭିନ୍ନ କିସମର ଆମ୍ବକୁ ଅତି ସୁଲଭ ମୂଲ୍ୟରେ କିଣିନେଉଛନ୍ତି ରାଜଧାନୀବାସୀ