ତିର୍ତ୍ତୋଲ ଥାନା ରେ ସବ-ଇନିସ୍ପେକ୍ଟର ଭାବେ କାର୍ଯ୍ୟ କରୁଥିବା ଅନିରୁଦ୍ଧ ନାୟକ ଙ୍କ ଦବଙ୍ଗ ଗିରି।ନିଜକୁ ସିଂହମ ଭାବେ ପରିଚୟ ଦେଉଥିବା ଥାନା ବାବୁଙ୍କ ନାଁ ରେ ହୋଇଛି ମରଣାତ୍ମକଆକ୍ରମଣ କରିଥିବା ଭଳି ସଙ୍ଗୀନ ଅଭିଯୋଗ । ଯାହାକୁ ନେଇ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ଅନିରୁଦ୍ଧ ନାୟକ ଙ୍କ କ୍ରୋଧର ଶିକାର ହୋଇଥିବା ତିର୍ତ୍ତୋଲ ବ୍ଲକ୍ କୃଷ୍ଣାନନ୍ଦପୁର ପଞ୍ଚାୟତ ନୂଆଗାଁ ଗ୍ରାମର ରଶ୍ମିକାନ୍ତ ସାହୁ। ସୁଚନା ଅନୁଯାୟୀ ୧/୬/୨୧ ରେ ଏକ ଜମିବାଡ଼ି ସଙ୍କ୍ରାନ୍ତୀୟ ଅସୁବିଧାକୁ ନେଇ ନିକଟରେ ଥିବା କୃଷ୍ଣାନନ୍ଦପୁର ଫାଣ୍ଡିରେ ଅଭିଯୋଗ କରିଥିଲେ ।ଉକ୍ତ ଫାଣ୍ଡିରୁ କିଛି ନ୍ୟାୟ ନ ମିଳିବାରୁ ତିର୍ତୋଲ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ତିର୍ତ୍ତୋଲ ଥାନାରେ ମଧ୍ୟ ନ୍ୟାୟ ମିଳିଲାନି ଯାହାକୁ ନେଇ କେସ ନେଇଥିବା ଅନିରୁଦ୍ଧ ନାୟକ ଙ୍କୁ ପଚାରିବାରୁ ନ୍ୟାୟ ବଦଳରେ ମିଳିଥିଲା ନିର୍ଦ୍ଧୁମ ମାଡ଼। ପୋଲିସ ର ଏଭଳି ଦବଙ୍ଗ ଗିରି ପୁରୀ ପରେ ତିର୍ତ୍ତୋଲ ଅଞ୍ଚଳରେ ହେଉଥିବା ଅଭିଯୋଗ ଆସିଛୁ।ତେବେ ଏହି ଆକ୍ରମଣ ପରେ ରାତାରାତି ତରବରିଆ ଭାବେ ଦବଙ୍ଗ ବାବୁଙ୍କୁ ଜଗତସିଂହପୁର ହେଡ କ୍ୱାଟର କୁ ବଦଳି କରିଦେଇଥିବା ଜଣା ପଡ଼ିଛି। ତିର୍ତ୍ତୋଲ ଥାନା ଏସ ଆଇ ଅନିରୁଦ୍ଧ ନାୟକ ଙ୍କୁ ଚାକିରିରୁ ବହିଷ୍କାର ଦାବିରେ ଆକ୍ରମଣର ଶିକାର ହୋଇଥିବା ରଶ୍ମିକାନ୍ତ ସାହୁ ଏବଂ ତିର୍ତୋଲ ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଲିଖିତ ଦାବିପତ୍ର ଦିଅ ଯାଇଛି।ଯଦି ଏସ ପି ଙ୍କ ତରଫରୁ ତାଙ୍କୁ ଚାକିରି ରୁ ବରଖାସ୍ତ ନ କରାଯାଏ ତେବେ ତିର୍ତ୍ତୋଲ ବ୍ଲକ ଯୁବ କଂଗ୍ରେସ୍ ପକ୍ଷରୁ ଆଗାମୀ ଦିନରେ ରାଜ୍ ରାସ୍ତାକୁ ଓହ୍ଲାଇ ବା ସହ ଆନ୍ଦୋଳନ କରିବ ବୋଲି ଯୁବ କଂଗ୍ରେସ୍ ପକ୍ଷରୁ ଚେତାବନୀ ଦିଆଯାଇଛି। ନିଜକୁ ସିଂହମ ଭାବୁଥିବା ଥାନା ବାବୁଙ୍କ ର ଏ ହେଉଛି ପୁରୁଣା ରୋଗ।ଗତ ବର୍ଷ କରୋନା ମହାମାରୀ ରେ ତିର୍ତ୍ତୋଲ ଥାନା ଅଧୀନରେ ଥିବା ଖ୍ରୀଷ୍ଟାନନ୍ଦ ପୁର ଫାଣ୍ଡି ଦାୟିତ୍ୱରେ ଥିଲେ। ଫାଣ୍ଡି ଅଧିକାରୀ ଥିବାବେଳେ ସେଠାକାର ଲୋକ ମାନେ ତାଙ୍କର ଆକ୍ରୋଶର ଶିକାର ହେଉଥିଲେ ଯେଉଁଥି ପାଇଁ ବାବୁଙ୍କୁ ଆକ୍ରମଣ ସହ ଗାଡ଼ିକୁ ମଧ୍ୟ ପୋଡ଼ି ଦେଇଥିଲେ। ଏଭଳି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇ ରହିଛି।