ଭୁବନେଶ୍ୱର : ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୩୨ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୨୫୬୪ଜଣ ଲୋକାଲ୍ କେସ୍ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୮୫ଜଣ, ବାଲେଶ୍ୱର ଜିଲ୍ଲାରୁ ୩୭୩ଜଣ, ବରଗଡ଼ ଜିଲ୍ଲାରୁ ୯୯ଜଣ, ଭଦ୍ରକ ଜିଲ୍ଲାରୁ ୩୭୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୭ଜଣ, ବୌଦ୍ଧ ଜିଲ୍ଲାରୁ ୭୩ଜଣ, କଟକ ଜିଲ୍ଲାରୁ ୩୪୯ଜଣ, ଦେଓଗଡ଼ ଜିଲ୍ଲାରୁ ୨୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୦୬ଜଣ, ଗଜପତି ଜିଲ୍ଲାରୁ ୪୪ଜଣ, ଗଞ୍ଜାମ ଜିଲ୍ଲାରୁ ୩୫ଜଣ, ଜଗତସିଂହପୁର ଜିଲ୍ଲାରୁ ୨୩୨ଜଣ, ଯାଜପୁର ଜିଲ୍ଲାରୁ ୪୧୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫୪ଜଣ, କଳାହାଣ୍ଡି ଜିଲ୍ଲାରୁ ୫୩ଜଣ, କନ୍ଧମାଳ ଜିଲ୍ଲାରୁ ୬୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୩୫ଜଣ, କେନ୍ଦୁଝର ଜିଲ୍ଲାରୁ ୧୩୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୫୩ଜଣ, କୋରାପୁଟ ଜିଲ୍ଲାରୁ ୧୨୯ଜଣ, ମାଲକାନଗିରି ଜିଲ୍ଲାରୁ ୧୧୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୬୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୭୪ଜଣ, ନୟାଗଡ଼ ଜିଲ୍ଲାରୁ ୧୭୭ଜଣ, ନୂଆପଡ଼ା ଜିଲ୍ଲାରୁ ୩୭ଜଣ, ପୁରୀ ଜିଲ୍ଲାରୁ ୨୪୧ଜଣ, ରାୟଗଡ଼ା ଜିଲ୍ଲାରୁ ୧୬୬ଜଣ, ସମ୍ବଲପୁର ଜିଲ୍ଲାରୁ ୯୨ଜଣ, ସୋନପୁର ଜିଲ୍ଲାରୁ ୭୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୩ଜଣ, ଷ୍ଟେଟ୍ ପୁଲ୍ରୁ ୧୪୫ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୨୫୧୧୦ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୨୫୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୪୧୭୨ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୪୭୮୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୨୩୧୯୧୯୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।