2021 ମେ ମାସ 26 ତାରିଖ ଆସିଥିଲା ପ୍ରଳୟଙ୍କ।ରୀ ବାତ୍ୟା ୟାସ । ଏହି ବାତ୍ୟା ଏତେ ଭୟଙ୍କର ଥିଲା ଯେ ବାଲେଶ୍ବର, ଭଦ୍ରକ ,କେନ୍ଦ୍ରାପଡା ଓ ଯାଜପୁର ରେ ମଧ୍ୟ ବାତ୍ୟା ୟାସ ପ୍ରଭାବ ଦେଖିବାକୁ ମିଳିଥିଲା । କିଛି ସମୟ ପାଇଁ ଆସିଲା ସବୁ କିଛି ଛାରଖାର କରିଦେଇଥିଲା । ଆମେ କହୁଛୁ ଯାଜପୁର କଥା । ଯାଜପୁର ଜିଲ୍ଲାର ଖଣ୍ଡହତା ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଖଃତ ଘଟଣା । ସ୍ୱାମୀ ଉପେନ୍ଦ୍ର ମିଶ୍ର ସ୍ତ୍ରୀ ଅନୁପମା ମିଶ୍ର । ତାଙ୍କର ଛୋଟ ଛୋଟ ପିଲା ଦୁଇଟି । ଅତି ଗରିବ ଶ୍ରେଣୀର ଏହି ପରିବାରଟି । ଘରର ଏକ ମାତ୍ର ରୋଜଗାରିଆ ଉପେନ୍ଦ୍ର ମିଶ୍ର । ଜାତିରେ ବ୍ରାହ୍ମଣ । ଝାଟିମାଟିର ଘରଟିଏ। ଉପେନ୍ଦ୍ର ଜଣେ ଦିନ ମଜୁରିଆ। ଓଳିଏ ଖାଇଲେ ଓଳିଏ ଓପାସ । ହୋଇଯାଇଥିବା ପ୍ରଳୟଙ୍କରୀ ବାତ୍ୟା ୟାସରେ ଘରଟି ଭାଙ୍ଗିରୁଜି ଚୁରମାନ ହୋଇଯାଇଥିଲା । ଏହାପରେ ଉପେନ୍ଦ୍ର ବୋହୁନେତା ମନ୍ତ୍ରୀ ନିକଟକୁ ଯାଇଥିଲେ ମଧ୍ୟ ତାଙ୍କୁ କୌଣସି ସାହାଯ୍ୟ ମିଳିନାହିଁ। ଯେତେବେଳେ ସରପଞ୍ଚଙ୍କ ନିକଟକୁ ଉପେନ୍ଦ୍ର ତାଙ୍କର ଗୁହାରି କରିବାକୁ ଯାଇଥିଲେ ସେତେବେଳେ ସରପଞ୍ଚ ରବି ଧଳ ତାଙ୍କୁ ଖରାପ ବ୍ୟବହାର ଦେଖାଇ ଫେରାଇ ଦେଇଥିଲେ । ତେବେ ଉପେନ୍ଦ୍ରଙ୍କୁ ମଧ୍ୟ ସରକାରୀ ଇନ୍ଦିରା ଆବାସ ଯୋଜନାରୁ ବଂଚିତ ଅଛନ୍ତି। ତେବେ 5t ସରକାରଙ୍କର ମାଳ ମାଳ ଯୋଜନା କାହାପାଇଁ । ତେବେ ଶୁଣନ୍ତୁ ଏ ନେଇ ଗ୍ରାମବାସୀ ମାନେ କଣ କହୁଛନ୍ତି?