ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅଖ୍ୟାତ ପଲ୍ଲୀ ଝିଙ୍କିରିଆରେ ଜନ୍ମଗ୍ରହଣ କରନ୍ତି ଶ୍ରୀ ଯୁକ୍ତ ବସନ୍ତ କୁମାର ଦାସ। ପେଶାରେ ଜଣେ ଶିକ୍ଷକ କିନ୍ତୁ ନିଶାରେ ଜଣେ କଳାକାର,ଶତାଧିକ ନାଟକରେ ଅଭିନୟ କରି କଳାର ଚାତୁରି ପ୍ରଦର୍ଶନ କରିଛନ୍ତି ଆଖପାଖ ଗ୍ରାମରେ ଉତ୍ସାହୀ ଯୁବକମାନଙ୍କୁ ଏକାଠି କରି ନିଜେ ନାଟକ ଲେଖି ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀ ଦାସ। ମୁଦ୍ରିତ ନାଟକ ” ତୁ ମୋ କନିଆଁ ମୁଁ ତୋ ବର” ମୁଦ୍ରଣ ଅପେକ୍ଷାରେ “କର୍ଣ୍ଣ ବଜଉଛି ବିଜୟ ଧ୍ଵନି”। ପାଣ୍ଡୁଲିପି ଆକାରରେ ଅଛି “ଚଉଠି ହଜିଲା ବାହା ବେଦିରେ”,ବୋତଲ ମଦରେ ବାନ୍ଧିଲି ରାକ୍ଷୀ”। ମୁଦ୍ରିତ ଶିକ୍ଷଣ ଧର୍ମି କବିତା “ଆରେ ମାମୁନି ଫଳା ଶିଖିବୁ” , “କବିତା ଲେଖିବୁ ଆ ମାମୁନି”, ।ବର୍ତ୍ତମାନ ମୁଦ୍ରିତ ଅପେକ୍ଷାରେ ଅଛି ଶତାଧିକ କବିତା । ସାରା ବିଶ୍ବରେ କରୋନା ଆତଙ୍କ ,ମହାମାରୀ କବଳରେ କବଳିତ ବିଶ୍ଵବାସୀ । Lockdown shutdown ରେ ଶ୍ରୀ ଯୁକ୍ତ ଦାସ ଙ୍କର ଶିକ୍ଷାଦାନ କାର୍ଯ୍ୟ ବନ୍ଦ । ସ୍କୁଲ ଯିବା ବନ୍ଦ। ତେଣୁ ଶ୍ରୀଯୁକ୍ତ ଦାସ ଘରେ ଆରମ୍ଭ କଲେ ଏକକ ଅଭିନୟ । କରୋନ ପାଇଁ ସଚେତନତା ବାର୍ତ୍ତା , ଏ ସମାଜ ପାଇଁ ଶିକ୍ଷଣୀୟ ବାର୍ତ୍ତା । ଶ୍ରୀ ଯୁକ୍ତ ଦାସଙ୍କର ଅଭିନୟର ମାହୋଲ ” ଛାତିରୁ କଲିଜାଟା କ’ଣ ଅଲଗା ହୋଇପାରେ?”, “ସେଇ ମାଆକୁ କଣ ତୁ ମାରିଦେବୁ”, “ଦାଦନ ଶ୍ରମିକର ଅକୁହା କଥା”, “ମୋ ସଂସାର ଭାସିଗଲା “, କରୋନା ସଚେତନତା ସଙ୍ଗୀତ, ଅମାନିଆ ପୁଅ, ଭିକାରୀ ହେଲେ ବି ମଣିଷ , ପ୍ରମୁଖ ଛୋଟ ଏକାଂକ୍ଷା ଗୁଡ଼ିକ ନିଜର You tube Channel Name Basanta Kumar Das ରେ ପ୍ରଦର୍ଶିତ । ଶ୍ରୀ ଯୁକ୍ତ ଦାସ ପିଲାବେଳୁ ଅଭିନୟ ପ୍ରତି ଦୁର୍ବଳତା । ଷଷ୍ଠ ଶ୍ରେଣୀରୁ ଗାଁ ଆଖଡ଼ାରେ ଶିଶୁ ଅଭିନୟରୁ ଆରମ୍ଭ କରି ଏଯାବତ୍ ଅଭିନୟ ଜାରି ରଖିଛନ୍ତି। ଦୀର୍ଘ ୩୫ ବର୍ଷ ଶିକ୍ଷକତା ମଧ୍ୟରେ ଅଧିକାଂଶ ବିଦ୍ୟାଳୟରେ ଛୋଟ ପିଲାଙ୍କୁ ନେଇ ଗଣେଶ ପୂଜା ,ସରସ୍ଵତୀ ପୂଜାରେ ପିଲାଙ୍କୁ ଶିଖାନ୍ତି ଡ୍ରାମା ,ଯାତ୍ରା ପରିବେଷଣ କରିଛନ୍ତି। ଗ୍ରାମ ଗୁଡ଼ିକ – ନୂଆ ପ୍ରାଥମିକ ବିଦ୍ୟାଳୟ, ଦଧିବାମନ ପ୍ରାଥମିକ ବିଦ୍ୟାଳୟ, କଦଳିଗଡିଆ,ଦାମୋଦରପୁର ପ୍ରାଥମିକ ବିଦ୍ୟାଳୟ। ସାରକୋଣା ନୋଡାଲ ଉ:ପ୍ରା ବିଦ୍ୟାଳୟରେ ଏକାଧିକ୍ରମେ ୩ ବର୍ଷ ପିଲାଙ୍କୁ ନେଇ ଯାତ୍ରା କରିଛନ୍ତି। ସରକୋଣା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥାଇ ଅନେକ ସରକାରୀ କାର୍ଯ୍ୟ ତୁଲାଇଛନ୍ତି ଯଥା ଡାକ୍ତର ଭଳି ବଟିକା ବାଣ୍ଟିଛନ୍ତି । contractor ଭଳି ଶ୍ରେଣୀର କୋଠରୀ କରିଛନ୍ତି।dilar ଭଳି ଚାଉଳ ବନ୍ତୁଛନ୍ତି। ଖଇରା ବ୍ଲକ head quater ଖଇରା ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଥିବାବେଳେ B.R.C.C Building, ୪ଟି ଅତିରିକ୍ତ ଶ୍ରେଣୀ ଗୃହ , ପାଇଖାନା, ଓ ରୋଷେଇ ଗୃହ ଶ୍ରୀ ଯୁକ୍ତ ଦାସ ଙ୍କ ତତ୍ବାବଧାନରେ ନିର୍ମିତ । ସରକୋଣାରେ ଭୋଜନ ମଣ୍ଡପ,ଗାନ୍ଧୀ ଗୋପବନ୍ଧୁ ମୂର୍ତ୍ତି,ଅତିରିକ୍ତ ଶ୍ରେଣୀ ଗୃହ,ବଗିଚା ଇତ୍ୟାଦି ଶ୍ରୀ ଯୁକ୍ତ ଦାସ ଙ୍କ କୃତି। ବାସ୍ତବିକ୍ ଶ୍ରୀ ଯୁକ୍ତ ଦାସ ଏକାଧାରରେ ଶିକ୍ଷକ ,ନାଟ୍ୟକାର,ଅଭିନେତା,କବି, ଓ ଅନୁଷ୍ଠାନ ପ୍ରେମୀ ଅଟନ୍ତି।