ଭୁବନେଶ୍ୱର: ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି। ମାର୍ଚ୍ଚରେ କଂଗ୍ରେସ କରିବ ବିଶାଳ ସମାବେଶ। ଏଥିରେ ସାମିଲ ହେବେ ରାହୁଲ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବ ସମାବେଶ। କଂଗ୍ରେସର ୨ଟି ସାଙ୍ଗଠନିକ ଜିଲ୍ଲା ବୃଦ୍ଧି ପାଇଛି। ୩୩ ବଦଳରେ ୩୫ ହୋଇଛି ସାଙ୍ଗଠନିକ ଜିଲ୍ଲା ସଂଖ୍ୟା। ମୟୂରଭଞ୍ଜ ଓ ଗଞ୍ଜାମ ହେବ ନୂଆ ସାଙ୍ଗଠନିକ ଜିଲ୍ଲା। ଏନେଇ ସୂଚନା ଦେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ।