କରୋନା ସଂକ୍ରମଣ ରୋକିବା ପାଇଁ ମହାରାଷ୍ଟ୍ର ଏକ ନୂଆ ପ୍ରତିଯୋଗିତା ଘୋଷଣା କରିଛନ୍ତି । ବିଶେଷତଃ ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ରୋକିବା ନିମନ୍ତେ ଗ୍ରାମବାସୀଙ୍କୁ ଉତ୍ସାହିତ କରିବା ଲାଗି ସରକାର ଏକ ପ୍ରତିଯୋଗିତାର ବ୍ୟବସ୍ଥା ହୋଇଛି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯେଉଁ ଗାଁ ସମ୍ପୂର୍ଣ୍ଣ କରୋନା ମୁକ୍ତ ହେବ, ସେହି ଗାଁକୁ ପୁରସ୍କାର ଆକାରରେ ୫୦ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି । ସେପଟେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହାସନ ମୁଶ୍ରିଫ କହିଛନ୍ତି, ମୋ ଗ୍ରାମ କରୋନା ମୁକ୍ତ ପଦକ୍ଷେପର ଏକ ଅଂଶ । ସମଗ୍ର ରାଜ୍ୟକୁ କରୋନା ମୁକ୍ତ କରିବା ଏହାର ମୁଖ୍ୟ ଲକ୍ଷ୍ୟ । ମହାମାରୀ କରୋନାର ପରିଚାଳନା ପାଇଁ ରାଜ୍ୟର ୬ଟି ରାଜସ୍ୱ ବିଭାଗର ୩ଟି ଗ୍ରାମପଞ୍ଚାୟତକୁ ପୁରସ୍କାର ପ୍ରଦାନ କରାଯିବ । ପ୍ରଥମ ସ୍ଥାନ ଅଧିକାର କରୁଥିବା ଗାଁକୁ ୫୦ଲକ୍ଷ ଟଙ୍କା ପୁରସ୍କାର, ଦ୍ୱିତୀୟ ଓ ତୃତୀୟ ବିବେଚିତ ହେଉଥିବା ଗାଁକୁ ଯଥାକ୍ରମେ ୨୫ଲକ୍ଷ ଓ ୧୫ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ।