ଭୁବନେଶ୍ୱର: କୋଭିଡ୍ ଟିକାକରଣରେ ଓଡ଼ିଶା ଅଗ୍ରଣୀ ରାଜ୍ୟ। ଏଯାବତ୍ ରାଜ୍ୟରେ ୧.୫ ଲକ୍ଷ ହିତାଧିକାରୀଙ୍କୁ କୋଭିଡ୍ ଟିକା ଦିଆଯାଇଛି। ପ୍ରତି ୧୦ ଲକ୍ଷ ଲୋକରେ ରାଜ୍ୟରେ କୋଭିଡ୍ ଟିକା ନେଇଛନ୍ତି ୩୪୫୨.୮୧ ଜଣ। ଟିକାକରଣ ଲାଗି ସୀମିତ ସମୟ ମଧ୍ୟରେ ସରକାର ନିର୍ଦ୍ଧାରିତ ବ୍ୟବସ୍ଥା କରିଥିଲେ। ଏଥିସହ ସରକାର ଟିକାକରଣ ପ୍ରକ୍ରିୟାକୁ ସୁରୁଖୁରରେ ସମ୍ପାଦିତ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପ୍ରତି ଦଶ ଲକ୍ଷ ବା ୧ ମିଲିୟନରେ ଲୋକରେ ୩୪୫୨.୮୧ ଜଣଙ୍କୁ କୋଭିଡ୍ ଟିକା ଦେଇ ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ସେହିଭଳି ଦେଶରେ ସର୍ବାଧିକ ଟିକାକରଣ ହୋଇଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ରାଜ୍ୟରେ ଏଯାବତ୍ ୧ ଲକ୍ଷ ୫୨ ହଜାର ୩୭୧ ଜଣଙ୍କୁ ପ୍ରଥମ ପର୍ୟ୍ୟାୟରେ କୋଭିଡ୍ ଟିକା ଦିଆଯାଇଛି।