ନୂଆଦିଲ୍ଲୀ: ବଦଳିଲା ଲର୍ଣ୍ଣର ଓ ଡ୍ରାଇଭିଂ ଲାଇସେନ୍ସ ନିୟମ। ସଡକ ପରିବହନ ସହ ଜଡିତ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁଆଲ ଏବଂ ଆବେଦନକୁ ନେଇ କିଛିଟା ନୂଆ ନିୟମ ଲାଗୁ କରାଯାଇଛି। ନୂଆ ବର୍ଷରେ ନୂଆ ନିୟମ ସହ ଡ୍ରାଇଭଂ ଲାଇସେନ୍ସ ଆବେଦନ ଆହୁରି ସହଜ ହୋଇପଡିଛି। ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଏବଂ ରିନ୍ୟୁଆଲ ପାଇଁ ଆଉ ଆବେଦନକାରୀଙ୍କୁ ଆରଟିଓ ଅଫିସ ଯିବାକୁ ପଡିବ ନାହିଁ। ଘରେ ବସି କେବଳ ଅନଲାଇନରେ ଆବେଦନକାରୀ ନିଜର ସମସ୍ତ ଗାଡି ସମ୍ବନ୍ଧୀୟ ଜରୁରୀ କାଗଜପତ୍ର ପାଇପାରିବେ। ସେହିପରି ଦେଶର ପ୍ରାୟ ସବୁ ରାଜ୍ୟରେ ପରିବହନ ବିଭଗ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫି’ ଜମା କରିବା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ନୂଆ ନିୟମ ଅନୁଯାୟୀ ସ୍ଲଟ ବୁକ୍ ହେବା କ୍ଷଣି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫି’ ଜମା କରିବାକୁ ପଡୁଛି। ଟଙ୍କା ଜମା କରିବା ପରେ ଡ୍ରାଇଭିଂ ଟେଷ୍ଟ ପାଇଁ ଗାଡି ଚାଲକଙ୍କ ସୁବିଧା ମୁତାବକ ତାରିଖ ଉପଲବ୍ଧ ହୋଇପାରୁଛି।ଉତ୍ତରପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ଝାଡଖଣ୍ଡ ଭଳି ରାଜ୍ୟ ଲର୍ଣ୍ଣିଂ ଲାଇସେନ୍ସ ଏବଂ ଗାଡି ପଞ୍ଜିକରଣ ପାଇଁ ଏହି ନୂଆ ନିୟମ ଲାଗୁ କରିଛନ୍ତି। ସେହିପରି ଅନ୍ୟ କିଛି ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କେବଳ ଅନଲାଇନ ଆବେଦନକୁ ହିଁ ସ୍ୱୀକୃତି ମିଳିଛି। ବିହାର, ୟୁପି ଏବଂ ରାଜଧାନୀ ଦିଲ୍ଲୀ-ଏନସିଆରରେ ଏହି ସୁବିଧା ଆରମ୍ଭ ହୋଇଛି। ଦୁର୍ଘଟଣା ରୋକିବା ପାଇଁ ମଧ୍ୟପ୍ରଦେଶର ପ୍ରତିଟି ଜିଲ୍ଲରେ ଡ୍ରାଇଭିଂ ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ବିହାରରେ ଲର୍ଣ୍ଣିଂ ଲାଇସେନ୍ସ ଆବେଦନକାରୀ ପରୀକ୍ଷା ଦେବା ପରେ ଅନଲାଇନ ଜରିଆରେ ନିଜ ଲାଇସେନ୍ସ ପାଇ ପାରୁଛନ୍ତି।