ଭୁବନେଶ୍ବର : କରୋନା ସଂକ୍ରମଣ ସ୍ଥିତିକୁ ନେଇ ଆଜି ସଂଧ୍ୟା ୬ଟା ୩୦ ମିନିଟରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଲକଡାଉନ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଦୈନିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କୌଣସି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅପରାହ୍ନ ସାଢେ ୪ଟାରେ ଦେବା ପରେ ମୁଖ୍ୟ ଶାସନ ସଚିବ ଲକଡାଉନ ସମ୍ପର୍କିତ ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି । ଖବର ଅନୁଯାୟୀ, ଓଡ଼ିଶାରେ କରୋନା ସଂକ୍ରମଣ ସାମାନ୍ୟ କମିଛି । ହେଲେ ଏଥିରେ ଉତ୍ସାହିତ ହୋଇ ଢିଲା ହେବାର ସମୟ ଆସିନାହିଁ । ସାମାନ୍ୟ ଅବହେଳା ହିଁ ସାରା ରାଜ୍ୟକୁ ମହଙ୍ଗା ପଡ଼ିବ ବୋଲି ବିଶେଶଜ୍ଞମାନେ କହୁଛନ୍ତି । ତେବେ ସଂକ୍ରମଣ ହାର ୫ ପ୍ରତିଶତକୁ ନ ଖସିବା ପର୍ଯ୍ୟନ୍ତ ରାଜ୍ୟରେ କଟକଣାକୁ କୋହଳ କରିବା ଉଚିତ୍ ହେବ ନାହିଁ । ଏପିରିକି ଦେଖିବାକୁ ଗଲେ ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଜୁନ୍ ପହିଲାରେ ଶେଷ ହେଉଥିବା ଲକଡାଉନ ଅବଧିକୁ ଆହୁରି ବଢ଼ାଇବାକୁ ପଡିବ । ତାହାଲେ ଯାଏଁ ଆମେ କରୋନାର ସଂକ୍ରମଣ ଚେନ୍ରେ ବ୍ରେକ୍ ଦେଇପାରିବ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି । ତେଣୁ ଜୀବନ ସହ ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେଇ ବିଭିନ୍ନ ଦିଗରେ ବିଚାର କରୁଛନ୍ତି ରାଜ୍ୟ ସରକାର। ସମ୍ଭବତଃ ଯେଉଁ ଜିଲ୍ଲାଗୁଡ଼ିକରେ ବର୍ତ୍ତମାନ ସଂକ୍ରମଣ ଦ୍ରୁତ ହାରରେ ଖସୁଛି କିମ୍ବା ପଜିଟିଭ୍ ହାର ୧୦% ପାଖାପାଖି ଅଛି, ସେଠାରେ ଲକଡାଉନ କଟକଣା ସାମାନ୍ୟ କୋହଳ ହୋଇପାାରେ ବୋଲି ସୂଚନା ରହିଛି ।