ମାଡିଆସୁଛି ବାତ୍ୟା । ଏହାପୂର୍ବରୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏସବୁ ଭିତରେ ବାଲେଶ୍ୱର ଯିବେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର । ବାଲେଶ୍ୱରରେ ବାତ୍ୟା ସ୍ଥିତିର ମନିଟରିଂ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବାଲେଶ୍ବରରେ ବାତ୍ୟା ୟାଶ୍ ଲ୍ୟାଣ୍ଡଫଲ୍ କରିବାର ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟାଶଙ୍କର ମିଶ୍ରଙ୍କୁ ଆଜି ବାଲେଶ୍ବର ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ କ୍ୟାମ୍ପ କରି ବାତ୍ୟା ସ୍ଥିତି ମନିଟରିଂ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ସେଠାରେ ରହି ଶକ୍ତିମନ୍ତ୍ରୀ ସ୍ଥିତି ଉପରେ ନଜର ରଖିବେ । ଆଇଏମ୍ଡିର ସଦ୍ୟ ସୂଚନା ମୁତାବକ ବାଲେଶ୍ୱର-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ଏହି ସମୟରେ ଅଧିକ ୧୫୫-୧୬୫ ବେଗରେ ପବନ ବହିବା ସହ ବିଦ୍ୟୁତ ସେବା ମଧ୍ୟ ବ୍ୟାହାତ ହେବ । ଏଣୁ ବାତ୍ୟା ମୁକାବିଲା ଓ ପରବର୍ତ୍ତୀ ସମୟର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ।