ଭୁବନେଶ୍ବର: ବାତ୍ୟା ମୁକାବିଲା ପ୍ରସ୍ତୁତି ଦେଖିବେ ବରିଷ୍ଠ ଅଧିକାରୀ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୟାସ, ବାତ୍ୟାର ରୂପ ନେଇ ସାରିଥିବାବେଳେ ଏହା ୨୬ ତାରିଖ ବେଳକୁ ଓଡ଼ିଶା ଉପକୂଳରେ ପହଂଚିବ । ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା ୫ଟି ଜିଲ୍ଲା ପାଇଁ ୫ ଜଣ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଖବର ଅନୁଯାୟୀ, ରାଜ୍ୟରେ ୟସ୍ ବାତ୍ୟାର ମୁକାବିଲା ନେଇ ୫ ବରିଷ୍ଠ ଆଇଏଏସ୍ଙ୍କୁ ୫ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ସମସ୍ତ ପ୍ରଶାସନିକ ଅଧିକାରୀ ପ୍ରସ୍ତୁତି ଓ ରିଲିଫ କାର୍ଯ୍ୟ ତଦାରଖ କରିବେ। ତେବେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ଜିଲ୍ଲା ପାଇଁ ଭିଭି ଯାଦବ, ବାଲେଶ୍ୱର ଜିଲ୍ଲା ପାଇଁ ବିଶାଳ ଦେବ, ମୟୂରଭଞ୍ଜ ଜିଲ୍ଲା ପାଇଁ ସୁରେଶ ବଶିଷ୍ଟଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ସୋମବାର ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ବାତ୍ୟା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।