କରୋନା ମହାମାରୀ ଏବେ ସାରାଦେଶ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ଅକ୍ସିଜେନର ଅଭାବ ଆହୁରି ଚିନ୍ତା ବଢାଇଦେଇଛି । ଅକ୍ସିଜେନ ପାଇଁ ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟ ଉପରେ ଏପରିକି ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡୁଛି । ସିଙ୍ଗାପୁର ରୁ 59ଟି ମେଡିକାଲ ଅମ୍ଳଜାନ ସିଲିଣ୍ଡର ଗ୍ରହଣ କଲା ପାରାଦ୍ୱୀପ ବନ୍ଦର। ଖବର ମୁତାବକ ପ୍ରତେକ 40ଲିଟର କ୍ଷମତା ବିଶିଷ୍ଟ 24ଟି ମେଡିକାଲ ଅମ୍ଳଜାନ ସିଲିଣ୍ଡର ସହିତ 5ଟି ନିଶ୍ୱାସ ପ୍ରାପ୍ତ ମେଡିକାଲ ଅମ୍ଳଜାନ ସିଲିଣ୍ଡର ଏବଂ ଅମ୍ଳଜାନ ରେଗୁଲେଟର humidifiers ପହଁଚିଛି ପାରାଦ୍ୱୀପ ବନ୍ଦରରେ । ଆଜି ସନ୍ଧ୍ୟା ରେ ସିଙ୍ଗାପୁର ଜାହାଜ MV Anna maria ଯୋଗେ ପହଂଚିଥିଲା। ADM କାନ୍ହୁ ଚରଣ ଧୀର ଓଡିଶା ସରକାର ତରଫରୁ ଉକ୍ତ ସିଲିଣ୍ଡର ଗ୍ରହଣ କରିଛନ୍ତି ।