କୋଟଗଡ ମୁଣ୍ଡାସାହି ନିକଟରେ ଜିଆଦ ମୃତ ଅବସ୍ଥା ରେ ଉଦ୍ଧାର କଲା କୋଟଗଡ ବନ ବିଭାଗ,ଗଣମାଧ୍ୟମ ଆଢୁଆଳ ରେ କଲେ ଶବ ବ୍ୟବଚ୍ଛେଦ ଓ ନଷ୍ଟ |କୋଟଗଡ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରା ଙ୍କ ସୂଚନାନୁଯାୟୀ କୌଣସି ସୂତ୍ରରୁ ଖବର ପାଇଁ ଗତ ଶନିବାର ଦିନ ବନ କର୍ମଚାରୀ ପହଂଚିବା ବେଳକୁ ଜିଆଦ ଟିଏ ମରିପଡ଼ିଥିଲା ଏବଂ ଜିଆଦ ଟି ର ନାକ ଓ ମୁହଁରୁ ରକ୍ତ ବାହାରୁ ଥିଲା, ହେଲେ ବନକର୍ମଚାରୀ ପହଂଚିବା ପୂର୍ବରୁ ଉକ୍ତ ସ୍ଥାନରେ ରୁଣ୍ଢ ହୋଇ ରହିଥିବା ଲୋକ ଉକ୍ତ ଜିଆଦ ଟିକୁ ନେବାରେ ଅସଫଳ ହୋଇଥିଲେ ଓ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା ଫଳରେ ପୁଲିସ ପହଂଚିବା ପରେ ଜିଆଦ ର ଶବ ବ୍ୟବଚ୍ଛେଦ କରି ଏକ ଗର୍ତ୍ତ କରି ପ୍ରଥମେ ମୁଣ୍ଡାସାହି ଜଙ୍ଗଲ ରେ ପୋତି ଦିଆଗଲା ଓ ପୁଣି କିଛି ସନ୍ଦେହ ଉପୁଜିବା ରୁ ତାକୁ ବାହାର କରି ଅନ୍ୟତ୍ର ଜିଆଦ ଟିକୁ ପୋତି ନଷ୍ଟ କରିଦିଆଯାଇଥିବା ଜଣାଇଛନ୍ତି ଓ ଘଟଣା ସମ୍ପର୍କ ରେ ତଦନ୍ତ ଚାଲୁରହିଥିବା କହିଛନ୍ତି ରେଞ୍ଜ ଅଫିସର ହେଲେ ଏତେ ବଡ଼ ଜିଆଦ କିଭଳି ଜନ ବସତି ନିକଟକୁ ଆସିଲା ତାହା ତଦନ୍ତ ସାପେକ୍ଷ, ଶୁଣନ୍ତୁ କଣ କହିଲେ ସ୍ଥାନୀୟ ରେଞ୍ଜର ଓ ମୃତ ଜିଆଦ ବ୍ୟବଚ୍ଛେଦକାରି ଡାକ୍ତର.