ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ ଅନ୍ତର୍ଗତ ଧଳପୁର ଗ୍ରାମ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି ଙ୍କ ଗାଁ ର ରାସ୍ତା ଆଜି ଫାଟି ଆଁ କରିଛି, ସୂଚନା ମୁତବକ ଧଳପୁର ଗ୍ରାମ ଶିଶୁବିଦ୍ୟାଳୟ ନିକଟରେ ଭୋଲ୍ଟ କମ୍ପlନି ର ଏକ କ୍ୟାମ୍ପ ସେଇଠାରେ ଅଛି ଏବଂ ଗ୍ରାମର ରାସ୍ତା ଦେଇ କମ୍ପାନୀ ର ଟନ ଟନ ଜିନିଷ ସବୁ ଯାଉଛି ଯାହା ଫଳ ରେ ରାସ୍ତାଟି ଫାଟି ଆଁ କଲାଣି, ଏ ବିଷୟରେ ପୂର୍ବରୁ ତାଙ୍କୁ ସୂଚନା ଦିଆ ଯାଇଥିଲା ଯେ ଏହି ରାସ୍ତା ଟି ସଦା ସର୍ବଦା ଚଳପ୍ରଚଳ ସ୍ଥାନ ଛୋଟ ଛୋଟ ଛୁଆ ମାନେ ବିଶେଷ କରି ସେଠାରେ ଦେଖାଯାଆନ୍ତି ମଧ୍ୟ ଓ ଯେହେତୁ ନିକଟରେ ଏକ ବିଦ୍ୟାଳୟ ଅଛି ସେଥିପାଇଁ ଅଭିଯୋଗ କରାଯାଇ ଥିଲା ଓ ସେମାନେ ମାନି ବିଶେଷ ଗାଡି ଚଳାଚଳ କୁ ବନ୍ଦ କରିଥିଲେ, କିନ୍ତୁ ଆଜି ସକାଳେ ନିଜ ପ୍ରତିଶୃତି କୁ ନମାନି ପୁଣି ଗାଡିଚଳlଚଳ କରିଥିଲି ଏହି କଥା କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଅସନ୍ତୋଷ ଦେଖାଦେଇଛି ଓ ପରବର୍ତୀ ସମୟରେ ସେମାନେ ଏହି ଗଡିଚଳାଚଳ କୁ ନମାନିଲେ ସ୍ଥାନୀୟ ଲୋକ ମାନେ ରାଜରାସ୍ତା କୁ ଓଲ୍ହେଇବେ ବୋଲି କହିଛନ୍ତି l