କେରଳରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଇଡୁକ୍କୀ କିଛି ଲୋକ ନିଜ ଘର ପାଖରେ ଏକ ଜାଲ ପକାଇଥିଲେ । ଏହି ଜାଲରେ ଏକ ୫୦ କିଲୋର ଏକ ଚିତା ବାଘ ଫସିଗଲା । ବାଘଟି ଜଙ୍ଗଲରୁ ଆସି ଜାଲରେ ଫସିଗଲା । ଜାଲ ପକାଇଥିବା ଲୋକେ ବାଘକୁ ଜଙ୍ଗଳରେ ନଛାଡି ତାକୁ କାଟି ମାଂସ ରୋଷେଇ କରି ଖାଇଥିଲେ । ମାମଲା ସାମ୍ନାକୁ ଆସିବା ପରେ ପୋଲିସ ୫ଅଭିଯୁକ୍ତକୁ ଗିରଫ କରିଛି ।ଘଟଣା ସମ୍ପର୍କରେ ମାନକୁଲମ୍ ରେଞ୍ଜ ଅଧିକାରୀ ଉଦୟ ସୁରିଆ ସୂଚନା ଦେଇଛନ୍ତି । ଗିରଫ ୫ ଅଭିଯୁକ୍ତ ହେଲେ ବିନୋଦ, କୁରିକୋସ, ବିନୁ, କୁଞ୍ଜଜାପନ୍ ଏବଂ ଭିନ୍ସେଣ୍ଟ୍ । ଏମାନଙ୍କ ଘର ମୁନିପାରା ସାବମାନକୁଲମରେ । ବିନୋଦ କ୍ଷେତରେ ଚିତା ଜାଲରେ ଫସାଯାଇଥିଲା ।ଚିତା ଜାଲରେ ଫସିଥିବା ଦେଖି ବିନୋଦ ନିଜର ଏହି ୪ଜଣ ସାଙ୍ଗକୁ ଡାକିଥିଲା ।ତାପରେ ଏମାନେ ମିଶି ଚିତାକୁ ମାରି ମାଂସ ରୋଷେଇ କରିଖାଇଥିଲେ । ରେଞ୍ଜ ଅଫିସରଙ୍କ ଅନୁଯାୟୀ, ବିନୋଦ ଘରୁ ୧୦କିଲୋ ମାଂସ ମଧ୍ୟ ଜବତ ହୋଇଛି । ଏମାନେ ଚିତାର ନଖ, ଚମଡା ଓ ଦାନ୍ତ ବିକ୍ରି କରିବାକୁ ଯୋଜନା କରିଥିଲେ । ଯେହେତୁ ଚିତାବାଘ ଏକ ସଂରକ୍ଷିତ ବନ୍ୟଜନ୍ତୁ ଟେକି ଶିକାର କଲେ ୭ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ । ଏହି ଘଟଣା ଯୋଗୁଁ ଗାଁ ଏବଂ ଏହାର ଆଖପାଖ ଅଞ୍ଚଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ରାମବାସୀ କହିଛନ୍ତି ଯେ ଚିତାବାଘ ଅନେକ ସମୟରେ ଶିକାର କରିବାକୁ ଜଙ୍ଗଲରୁ ଗାଁକୁ ଆସିଥାଏ । ଏଥର ଚିତାବାଘ ଶିକାର କରିପାରିନଥିଲା ।