ଜଗତସିଂହପୁର ପୌରପରିଷଦ ଅନ୍ତର୍ଗତ ଚାଟ୍ରା କଳିଆବରା ମୌଜାରେ ମଳ ପକ୍ରିୟା କରଣ କେନ୍ଦ୍ର ନିର୍ମାଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବେଆଇନ ଭାବେ ଓ ଜନସଧାରଣଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଇ ଚାଲିଥିବା ଏଭଳି ନିର୍ମାଣକୁ କଳିଆବରା,ଦେଭୋଗ ଓ ରସଲପୁର ଗ୍ରାମବାସୀ ବିରୋଧ କରି ଗଣ ବିକ୍ଷୋଭ କରିଛନ୍ତି। ପୌରାଞ୍ଚଳର ଦେଭୋଗ ଠାରେ ମଳ ପକ୍ରିୟାକରଣ କୁ ବିରୋଧ କରାଯାଇ ଆସୁଛି।ପୋଲିସ ଉପସ୍ଥିତିରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା।ଜଗତସିଂହପୁର ଏସ୍ଡିପିଓ ପ୍ରିୟରଞ୍ଜନ ଶତପଥୀ ସେଠାରେ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ତେବେ ଜିଲ୍ଲାପାଳଙ୍କ ସହ ପ୍ରକଳ୍ପ ସମ୍ବନ୍ଧରେ ଆଲୋଚନା କରିବାକୁ ଅଞ୍ଚଳ ବାସି ଅଡି ବସିଥିଲେ।ମାତ୍ର ଜିଲ୍ଲାପାଳ କୌଣସି କାର୍ଯ୍ୟବ୍ୟସ୍ତତା ହେତୁ ଆଲୋଚନାକୁ ଆସିପାରି ନଥିବାରୁ ଅପରାହ୍ନ ପରେ ଆନ୍ଦୋଳନ କାରୀମାନେ କାର୍ଯ୍ୟକୁ ବନ୍ଦ କରିଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ଥିଲେ ସୁଦ୍ଧା ଅନେକ ମହିଳା ,ପୁରୁଷ କାର୍ଯ୍ୟରତ ଜେସିବିକୁ ନିର୍ମାଣ ସ୍ଥଳରୁ ଚାଲିଯିବାକୁ ତାଗିଦ କରିଥିଲେ।