କେନ୍ଦ୍ରାପଡା ଜିଲ୍ଲାରେ ଆସନ୍ତା ସୋମବାରଠାରୁ କେବଳ ଦ୍ବିତୀୟ ଡୋଜ୍ ଟୀକାକରଣ କରାଯିବ । ନୂଆ ପ୍ରଥମ ଡୋଜ୍ କିମ୍ବା (୧୮-୪୫ ବର୍ଷ ପର୍ଯ୍ୟନ୍ତ )ପର୍ଯ୍ୟାୟ ଟୀକାକରଣ ଏବେ ବନ୍ଦ ରହିବ । ଜିଲ୍ଲାରେ ଟୀକା ଯୋଗାଣ କମ୍ ଥିବାରୁ ରାଜ୍ୟ ସରକାର ଦ୍ବିତୀୟ ଡୋଜ ଟୀକା ନେବାକୁ ଅପେକ୍ଷା କରିଥିବା ରୋଗୀ ମାନଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି । କାରଣ ପ୍ରଥମ ଡୋଜ୍ ଠାରୁ ଦ୍ବିତୀୟ ଡୋଜ ଟୀକା ନେବାର ସମୟ ନିର୍ଘଣ୍ଟ ଅନେକଙ୍କର ଗଡି ଯାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |