ନୁଆଦିଲ୍ଲୀ : ଦେଶରେ କରୋନା ଟୀକାକରଣର ତୃତୀୟ ପର୍ୟ୍ୟାୟ ମେ ୧ ତାରିଖରୁ ଆରମ୍ଭ ହେବ। ଏହି ପର୍ୟ୍ୟାୟରେ, ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକାର ପ୍ରଥମ ଡୋଜ ମିଳିବ। ଏହି ପର୍ୟ୍ୟାୟରେ ଟୀକାକରଣର ଦାୟିତ୍ବ କେନ୍ଦ୍ର ସରକାର ରାଜ୍ୟ ଗୁଡିକ ଉପରେ ଦେଇଛନ୍ତି। ଅନେକ ରାଜ୍ୟ ସେମାନଙ୍କ ନାଗରିକଙ୍କୁ ମାଗଣାରେ ଟିକା ପ୍ରଦାନ ପାଇଁ ଘୋଷଣା କରିବା ସହିତ ଡୋଜ ଅର୍ଡର ମଧ୍ୟ କରିଛନ୍ତି। ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏ ପର୍ୟ୍ୟନ୍ତ ରାଜ୍ୟ ଗୁଡ଼ିକରୁ ୩୪ କୋଟି ଡୋଜ ଏବଂ ଘରୋଇ ଡାକ୍ତରଖାନାରୁ ୨ କୋଟି ପାଇଁ ଅର୍ଡର ଗ୍ରହଣ କରିଥିବା ଜଣାପଡିଛି। ମେ ୧ ରୁ ବିଭିନ୍ୟ ରାଜ୍ୟକୁ ପର୍ୟ୍ୟାୟକ୍ରମେ ଟୀକା ମିଳିବ। ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସୂତ୍ରରୁ ପ୍ରକାଶ ଯେ ମହାରାଷ୍ଟ୍ର ସମେତ ପାଞ୍ଚଟି ରାଜ୍ୟକୁ ପ୍ରଥମେ କୋଭିସିଲ୍ଡ ଟିକା ଯୋଗାଇ ଦିଆଯିବ। ଅନ୍ୟ ରାଜ୍ୟ ମାନଙ୍କୁ ଗୋଟିଏ ଦୁଇ ସପ୍ତାହ ମଧ୍ୟରେ ଟୀକା ମିଳିବ। ସଂକ୍ରମଣ ବୃଦ୍ଧି ହେଉଥିବାରୁ ଅନେକ ରାଜ୍ୟରେ ଟୀକା ପାଇଁ ସେଣ୍ଟର ଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି। କୋଭିଶିଲ୍ଡ ତିଆରି କରୁଥିବା ସିରମ୍ ଇନଷ୍ଟିଚ୍ୟୁଟ ପ୍ରତିଷ୍ଠାନ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ୧୦୦ ଟଙ୍କା କମ୍ ରେ ଟିକା ଦେବ। ଏ ନେଇ ସିଇଓ ଆଦର୍ଶ ପୁନାୱାଲା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କୋଭିଶିଲ୍ଡର ଏକ ଡୋଜ ବର୍ତ୍ତମାନ ରାଜ୍ୟକୁ ୪୦୦ ଟଙ୍କା ବଦଳରେ ୩୦୦ ଟଙ୍କା ରେ ଦିଆଯିବ। ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ରାଜ୍ୟ ସରକାର ଏହାର ମୂଲ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।