କରୋନା ସଂକ୍ରମଣ ବଢୁଥିବାରୁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ସହରର ଲୁଇସ୍ ରୋଡରେ ଥିବା ଜୁଡିସିଆଲ୍ କମ୍ପ୍ଲେକ୍ସକୁ ସାତ ଦିନ ପାଇଁ ସିଲ୍ କରାଯାଇଛି । ସହରରେ କରୋନା ସକରାତ୍ମକ ମାମଲା ଚିହ୍ନଟ ବଢିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ବିଏମସି ଦ୍ବାରା ଜାରି ଏକ ଆଦେଶରେ କୁହାଯାଇଛି ଯେ “ବୃହତ ଜନସାଧାରଣଙ୍କ ସ୍ୱାର୍ଥରେ ଏବଂ ଭୂତାଣୁ ବିସ୍ତାରକୁ ଧାରଣ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରର ଲୁଇସ୍ ରୋଡରେ ଥିବା ଜୁଡିସିଆଲ୍ କମ୍ପ୍ଲେକ୍ସକୁ ଆଜିଠାରୁ ମେ ୫ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସିଲ୍ କରାଯାଇଛି । ଭୁବନେଶ୍ବର କୋର୍ଟ ପରିସରକୁ କର୍ତ୍ତୃପକ୍ଷଙ୍କ ଦ୍ବାରା ସାନିଟାଇଜ ବ୍ୟବସ୍ଥା କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ପ୍ରାଧିକୃତ କର୍ମଚାରୀଙ୍କ ଦ୍ବାରା ସିଲ୍ କରାଯାଇଥିବାରୁ ଭୁବନେଶ୍ୱର ଜୁଡିସିଆଲ୍ କମ୍ପ୍ଲେକ୍ସ ପରିସରକୁ କିମ୍ବା ବାହାରକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି ।