ନୁଆଦିଲ୍ଲୀ : ଆମେରିକାର ମୁଖ୍ୟ ମେଡିକାଲ ଆଡଭାଇଜର ଡ. ଆନ୍ଥୋନୀ ଗଣମାଧ୍ୟମ ସଂସ୍ଥା ଗାର୍ଡିଆନକୁ ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ ଭାରତରେ କରୋନାର ଦୃତ ସଂକ୍ରମଣର ପାଇଁ ବୈଶ୍ୱିକ ନେତା ବିଶେଷ କରି ଧନୀକ ନେତା ମାନେ ଦାୟୀ ବୋଲି ସେ କହିଛନ୍ତି । ଡ. ଆନ୍ଥୋନୀ କହିଛନ୍ତି ଦରକାର ସମୟରେ ଦେଶମାନେ ଏକଜୁଟ ହୋଇ ଭାରତକୁ ସାହାଯ୍ୟ କରିବାରେ ବିଫଳ ହେଲେ ଯାହାର ଫଳ ସ୍ୱରୁପ ଆଜି ଭାରତରେ ଦୈନିକ ଭାରତରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ଚିହ୍ନଟ ହେଉଥିଲା ବେଳେ ଅନେକ ମୃତ୍ୟୁ ବରଣ କରିଛନ୍ତି । ଏଥିପାଇଁ ସେ ବିଶେଷ କରି ଧନୀକ ରାଷ୍ଟ୍ରମାନଙ୍କୁ ଦୋଶ ଦେଇଛନ୍ତି । ଗାର୍ଡିଆନକୁ ସାକ୍ଷାତକାର ଦେବା ସମୟରେ ସେ କହିଛନ୍ତି ଭାରତରେ ଯାହା ହେଲା ତାହା ଏକ ବୈଶ୍ୱୟିକ ଅସମାନତାର ଉଦାହରଣ । ତେବେ ଭାରତ ଗତକାଲି କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ଦୁଇ ଲକ୍ଷ ପାର କରିଛି । କରୋନା ମହାମାରି ଏକ ବୈଶ୍ୱିକ ସମସ୍ୟା ଏବଂ ଏହାକୁ ମୁକାବିଲା କରିବା ଲାଗି ବୈଶ୍ୱୟୀକ ଏକତାର ଆବଶ୍ୟକ ଅଛି ଏବଂ ଦୁର୍ଭାଗ୍ୟ ବଶତଃ ତାହା ହୋଇପାରି ନାହିଁ । ସେ କହିଛନ୍ତି ଯେ ଧନ୍ଥଳ ରାଷ୍ଟ୍ରମାନେ ସେମାନଙ୍କର ଦାଇତ୍ୱକୁ ବୁଝିବାର ଅଛି । ଭାରତରେ ଲୋକମାନେ ମରୁଛନ୍ତି କାରଣ ସେଠାରେ ଆବଶ୍ୟକ ଅକ୍ସିଜେନ ନାହିଁ ଏବଂ ଲୋକମାନେ ମେଡିକାଲରେ ଚିକିତ୍ସା ହେବା ପାଇଁ ବେଡ ବି ମିଳୁନି । ତେଣୁକରି ସ୍ୱାସ୍ଥ୍ୟ ସେବାକୁ ବୈଶ୍ୱୟୀକ ସ୍ଥରରେ ସମାନ ଭାବରେ ଦେଖିବାକୁ ପଡିବ ବୋଲି ସେ କହିଛନ୍ତି ।