ଭୁବନେଶ୍ୱର : ଅନିଶ୍ଚିତତା ଘେରରେ ଟୀକାକରଣ । ରାଜ୍ୟରେ 18 ରୁ 44 ବର୍ଷ ପାଇଁ ଟୀକା ଆସିବାରେ ହୋଇପାରେ ବିଳମ୍ବ । ମେ ମାସରେ କୋଭିସିଲ୍ଡ ଟୀକା ପହଞ୍ଚିବା ସମ୍ଭାବନା କ୍ଷୀଣ । ମେ ମାସ ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ ଟୀକା ଆସିପାରେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସୂଚନାନୁସାରେ, ମେ ମାସରେ କୋଭିସିଲ୍ଡ ଟୀକା ପହଞ୍ଚିପାରିବା ଭଳି ଲାଗୁନାହିଁ । ସମ୍ଭାବନା କମ ରହିଛି । ଟୀକା ଆଭେଲେବୁଲ ହେବା ପରେ ଟୀକାକରଣ କରାଯିବ । ରାଜ୍ୟରେ 18 ରୁ 44 ବର୍ଷ ପାଇଁ ଟୀକାକରଣ ବିଳମ୍ବ ହୋଇପାରେ । ସେ ଆହୁରି କହିଛନ୍ତି ଯେ, କୋଭିସିଲ୍ଡ ଟୀକା ପାଇଁ ଆମେ ଗତକାଲି ଚିଠି ଲେଖିଛୁ । ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଆସନ୍ତାକାଲିଠୁ ପଞ୍ଜୀକରଣ ଆରମ୍ଭ ହେବ । କୋୱିନ ପୋଟାଲକୁ ଯାଇ ସମସ୍ତେ ପଞ୍ଜୀକରଣ କରିପାରିବେ । କିନ୍ତୁ ବର୍ତ୍ତମାନ ସ୍ଲଟ ଅଫ ଆପଏଣ୍ଟ ମିଳିବ ନାହିଁ । ଯେବେ ଟୀକା ଆଭେଲେବୁଲ ହେବ ସେହି ଅନୁସାରେ ପୋଟାଲ ମାଧମରେ ଆମେ ସ୍ଲଟ ଦିଆଯିବ । ଏବଂ ପଞ୍ଜୀକୃତ ହୋଇଥିବା ନାଗରିକ ମାନେ ତାଙ୍କ ସ୍ଲଟ ଅନୁସାରେ ଟୀକା ନେଇ ପାରିବେ । ଗତକାଲି 595 କେନ୍ଦ୍ରରେ ଟୀକାକରଣ ହୋଇଥିଲା । 88 ହଜାର 770 ଜଣଙ୍କୁ ଟୀକାକରଣ ହୋଇଛି । ବର୍ତ୍ତମାନ ସୁଦ୍ଧା 56 ଲକ୍ଷ 39 ହଜାର 150 ଡୋଜ ଦିଆଯାଇଛି । ଆଜି ବି 600 କେନ୍ଦ୍ରରେ ଟୀକାକରଣ ଚାଲିଛି । ରାଜ୍ୟରେ ବର୍ତ୍ତମାନ 1.23 ଲକ୍ଷ କୋଭିସିଲ୍ଡ ଟୀକା ରହିଛି ଆଉ 3 ଲକ୍ଷ 65 ହଜାର କୋଭାକ୍ସିନ ଟୀକା ରହିଛି ।