ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମେ 2ରେ ଆସିବ 5 ରାଜ୍ୟର ବିଧାନସଭା ନିର୍ବାଚନର ରେଜଲ୍ଟ । ଫଳାଫଳ ଘୋଷଣା ଦିନ କିମ୍ବା ପରେ ବିଜୟ ଶୋଭଯାତ୍ରା ଉପରେ ଲାଗିଲା କଟକଣା । ବିଜୟୀ ପ୍ରାର୍ଥୀ ଓ ଦଳ କୌଣସି ବିଜୟ ଶୋଭଯାତ୍ରା କରିପାରିବେ ନାହିଁ । ଦେଶରେ କରୋନା ସଂକ୍ରମଣସ୍ଥିତି ସାଙ୍ଘାତିକ ହେଉଛି । ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । 5 ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ 2 ମେରେ ଘୋଷଣା ହେବ । ତେବେ ନିର୍ବାଚନରେ ବିଜୟୀ ପ୍ରାର୍ଥୀ କୌଣସି ଶୋଭାଯାତ୍ରା କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । 4 ଟି ରାଜ୍ୟରେ ଭୋଟ୍ ଗ୍ରାହଣ ଶେଷ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟ୍ ହେବାକୁ ବାକି ଅଛି । ମେ 2 ତାରିଖରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଭୋଟ ଗଣତି ହୋଇ ଫଳାଫଳ ଆସିବ । ଏଭଳି ସ୍ଥିତିରେ ଏକଜୁଟ ହେଲେ କରୋନା ସଂକ୍ରମଣ ବଞିବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାନ କମିଶନ ବିଜୟ ଶୋଭଯାତ୍ରାରେ ରୋକ୍ ଲଗାଇବାକୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏନେଇ ଖୁବଶୀଘ୍ର ନିର୍ଦ୍ଦେଶନାମା ଜାରି କରାଯିବ ।