ଦେଶରେ ମହାମାରୀ କରୋନାର ପରିସ୍ଥିତି ଦିନକୁ ଦିନ ଦୟନୀୟ ଅବସ୍ଥାକୁ ପଳେଇଲାଣି | ସ୍ଥିତି ବିଗୁଡୁଥିବା ଦେଖି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି | ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ହୋଇଛି ରାଜଧାନୀ ଦିଲ୍ଲୀ | ଦିଲ୍ଲୀ ରେ ଅକ୍ସିଜେନ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି | ଅକ୍ସିଜେନ ସରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରାଇଥିଲେ | ଏନେଇ କେନ୍ଦ୍ର ଓ ଦିଲ୍ଲୀ ସରକାର ମୁହାଁମୁହିଁ ହୋଇଛନ୍ତି | କେନ୍ଦ୍ର ଆକ୍ଷେପ କରି କହିଛି ଯେ ଆପ ସରକାର ଅକ୍ସିଜେନ ପ୍ଲାଣ୍ଟ ପ୍ରସ୍ତୁତ କରିବାରେ ବିଫଳ ହୋଇଛନ୍ତି | ଅନ୍ୟପକ୍ଷରେ ସାଇଟ ସାର୍ଟିଫିକେଟ ନ ଦେବାରୁ ଅକ୍ସିଜେନ ପ୍ଲାଣ୍ଟ ତିଆରି ହେବାରେ ବିଳମ୍ବ ହୋଇଛି ବୋଲି କେନ୍ଦ୍ର ଯେଉଁ ଅଭିଯୋଗ କରୁଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ଦିଲ୍ଲୀ ସରକାର | ଯେଉଁମାନେ ପ୍ଲାଣ୍ଟ ତିଆରି କରିବା ପାଇଁ ଉପକରଣ ଯୋଗାଇଥାନ୍ତେ ସେମାନେ ସହଯୋଗ କରି ନାହାନ୍ତି ଯେଉଁଥିପାଇଁ ପ୍ଲାଣ୍ଟ ତିଆରି ପାଇଁ ଆଉ ୩ ରୁ ୪ ଦିନ ସମୟ ଲାଗିବ| ଏନେଇ କେଜ୍ରିୱାଲ ସରକାର ସୂଚନା ଦେଇଛନ୍ତି |