ଭୁବନେଶ୍ୱର : ବୌଦ୍ଧ ଜିଲ୍ଲା ଧଳପୁର ଗାଁରେ ଅଭାବନୀୟ ଘଟଣା । କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । କରୋନା ଭୟରେ ମୃତଦେହ ପାଖ ମାଡୁ ନାହାନ୍ତି ପରିବାରବର୍ଗ ଓ ସମ୍ପର୍କୀୟ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗାଁରେ ଜଣେ କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକ ମୃତ୍ୟୁବରଣ କରିଛନ୍ତି । ଘର ଆଗରେ 9 ଘଣ୍ଟା ହେଲା ମୃତଦେହ ପଡ଼ି ରହିଛି । ହେଲେ ମୃତଦେହ ପାଖକୁ କେହି ଆସୁନାହାଁନ୍ତି । କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରି ମୃତଦେହ ପାଖକୁ କେହି ଆସୁନାହାଁନ୍ତି । ଗତ 22 ତାରିଖରେ ସେ ସ୍ୱାବ ନମୁନା ପରୀକ୍ଷା ପାଇଁ ଦେଇଥିଲେ । ଏଯାଏଁ ରିପୋର୍ଟ ମିଳିନାହିଁ ।