ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଶଙ୍କରା ଗାଁରେ ଅଘଟଣ । ଆଜି ସକାଳ ପ୍ରାୟ ୬ଟା ବେଳେ ବାବୁସାନଙ୍କ ବାପା ଟିକେଲାଲ ଗୁଦୁରିଆ ଗ୍ୟାସ୍ ଅନ୍ କରି ଚା’ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ଗ୍ୟାସ୍ ସିଲିଣ୍ଡରରେ ହଠାତ୍ ନିଆଁ ଲାଗି ଯାଇଥିଲା ଓ ସଙ୍ଗେ ସଙ୍ଗେ ପୂରା ଘରକୁ ନିଜ କବଳକୁ ନେଇ ଯାଇଥିଲା।ନିଆଁ ଏତେ ଜୋରରେ ବ୍ୟାପୀ ଯାଇଥିଲା ଯେ ଟିକେଲାଲ ଓ ତାଙ୍କ ପତ୍ନୀ ବାବୁସାନଙ୍କୁ ବଞ୍ଚାଇ ପାରି ନଥିଲେ। ବାବୁସାନ ସେତେବେଳେ ଶୋଇଥିଲେ। ଟିକେଲାଲ ଓ ତାଙ୍କ ପତ୍ନୀ କୌଣସି ମତେ ଘର ବାହାରକୁ ଚାଲି ଆସିଥିଲେ ଓ ବଞ୍ଚି ଯାଇଥିଲେ। ଘଟଣା ସଂପର୍କରେ ଖବର ପାଇ ବିନିକା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା। ହେଲେ ସେତେବେଳକୁ ଘରଟି ପୋଡ଼ି ପାଉଁଶ ହୋଇସାରିଥିଲା। ତା’ ସହିତ ବାବୁସାନ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତକ ନାବାଳକଙ୍କ ନାଁ ବାବୁସାନ ଗୁଦୁରିଆ। ତାଙ୍କୁ ୧୦ ବର୍ଷ ହୋଇଥିଲା।