କରୋନା ରୋଗୀଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି |ଏହାକୁ ଦୃଷ୍ଟି ରେ ରଖି ଆଜି ରାଜ୍ୟ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି |ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର, CDMOଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛି ସ୍ୱାସ୍ଥ୍ୟବିଭାଗ । ବିଭାଗ ପକ୍ଷରୁ କୁହାଯାଇଛି, ଅକ୍ସିଜେନ ଆବଶ୍ୟକ ନ ଥିବା ଅନେକ ରୋଗୀ ଭୟଭୀତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଫଳରେ ଗୁରୁତର ରୋଗୀଙ୍କ ପାଇଁ ହସ୍ପିଟଲାରେ ସହଜରେ ବେଡ ଉପଲବ୍ଧ ହୋଇପାରୁ ନାହିଁ ଏବଂ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳି ପାରୁନାହିଁ। ଗୁରୁତର ହୋଇନଥିବା ରୋଗୀ ଘରେ କିମ୍ବା କୋଭିଡ କେୟାରରେ ରହି ସୁସ୍ଥ ହୋଇପାରିବେ । ଏଭଳି ସ୍ଥିତିରେ ଗୁରୁତର ରୋଗୀଙ୍କ ପାଇଁ ଯେମିତି ହସପିଟାଲରେ ବେଡ୍ ଖାଲି ରଖାଯାଇପାରିବ ସେନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି । ଏଥିସହ ଘରେ ରହି ଯେମିତି କରୋନା ଆକ୍ରାନ୍ତ ସୁସ୍ଥ ହୋଇପାରିବେ ଏବଂ ସେମାନଙ୍କ ମନୋବଳ ବୃଦ୍ଧି ପାଇବ ସେନେଇ ଡାକ୍ତରୀ ପରାମର୍ଶ ଉପରେ ଗୁରୁତ୍ୱ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।