ଭୁବନେଶ୍ବର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ଫିଟିଲା ଗୁମର । ପ୍ରେସମିଟରେ ଖୁଲାସା କଲେ ଯାଜପୁର ଏସପି । ୩୦ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଛି। ଗାଡ଼ି କିଣିବା ପାଇଁ ଝରାଫୁଲଠାରୁ ଟଙ୍କା ନେଇଥିଲା ରାକେଶ ସ୍ୱାଇଁ । ଧାର ଟଙ୍କା ମାଗିବାରୁ ହତ୍ୟା ଷଡ଼ଯନ୍ତ୍ର କରିଥିଲା ମୁଖ୍ୟ ଅଭିଯୁକ୍ତ । ଯୋଜନା ବଦ୍ଧ ଭାବେ ୩ ଜଣ ମିଶି ହତ୍ୟା କରିଥିଲେ । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ହତ୍ୟା ଷଡ଼ଯନ୍ତ୍ର କରିଥିଲା । ହୋଟେଲକୁ ଡାକି ଟଙ୍କା ଦେବା ବାହାନାରେ ହତ୍ୟା କରିଥିଲେ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସ୍ପି ରାହୁଲ୍ ପି. ଆର। ଅନ୍ୟତମ ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ଘଟଣା ପରଠାରୁ ଫେରାର ଥିଲା ଶକ୍ତି ଶେଖର। ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶର ମୁଖ୍ୟ ସହଯୋଗୀ ଥିଲା ଶକ୍ତି ଶେଖର।