ଦେଶରେ ଚିନ୍ତା ବଢ଼ାଉଛି ମହାମାରୀ କରୋନା | ବଢୁଛି ସଂକ୍ରମଣ ତା ସହ ଉଗ୍ର ହେଉଛି ମୃତ୍ୟୁ ର କରାଳ ରୂପ | ତେବେ ଏହି ସମୟରେ ରାଜଧାନୀ ଦିଲ୍ଲୀ ର ଦୁଇଟି ଡାକ୍ତରଖାନା ରେ ସରିବାକୁ ବସିଛି ଅମ୍ଳଜାନ | ଦିଲ୍ଲୀ ର ମାକ୍ସ ଓ ଗଙ୍ଗାରାମ ଡାକ୍ତରଖାନା ରେ ଅମ୍ଳଜାନ ର ଘୋର ଅଭାବ ଦେଖିବାକୁ ମିଳିଛି | ଏନେଇ ସମସ୍ତଙ୍କ ମନରେ ଡର ଘେରି ହୋଇ ରହିଛି | ଦିଲ୍ଲୀ ରେ ଦୈନିକ ସଂକ୍ରମଣ ନୂଆ ରେକର୍ଡ କରୁଛି | ଅମ୍ଳଜାନ ସଙ୍କଟ ଦେଖା ଦେବା ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ରକୁ ଜଣାଇଥିଲେ ମାତ୍ର ଏନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ | ସେ କହିଛନ୍ତି ଏପରି ସମ୍ବେଦନଶୀଳ ପରିସ୍ଥିତି ରେ ସମସ୍ତଙ୍କ ପ୍ରତି ସମାନ ମନୋଭାବ ପୋଷଣ କରନ୍ତୁ | ତେବେ ଏନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ଉପରେ ନିଜ ଆକ୍ରୋଶ ଜାହିର କରିଛନ୍ତି | ସେ କହିଛନ୍ତି ଯେ ଅମ୍ଳଜାନ ପାଇଁ ଲୋକ କଣ ଅପେକ୍ଷା କରିବେ | ସୂଚାନଯୋଗ୍ୟ ଯେ ୭, ୮ ଘଣ୍ଟା ମଧ୍ୟ ରେ ଦୁଇଟି ଯାକ ଡାକ୍ତରଖାନା ରୁ ଅମ୍ଳଜାନ ଶେଷ ହୋଇଯିବ |