ସମଗ୍ର ଦେଶରେ କରୋନାର ଦ୍ୱିତ୍ୱୀୟ କହରର କରାଳ ରୁପ ଦେଖାଇବା ଜାରି ରଖିଛି । ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଲକ୍ଷ ନିକଟବର୍ତି ହୋଇଛି । ଦୃତଗତିରେ ଭାରତରେ କରୋନା ସଂକ୍ରମଣ ବଢିଚାଲିଥିଲା ବେଳେ ଏହାକୁ ଏଡାଇବାକୁ ଦେଶର ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ସଂକ୍ରମଣ ରୋଗ ବିଷେସଜ୍ଞ ଏବଂ ସମସ୍ତ ଡାକ୍ତରମାନେ ସାଧାରଣ ନାଗରିକ ମାନଙ୍କୁ ବାହାରକୁ ବାହାରିବା ସମୟରେ ମାସ୍କ ବ୍ୟବହାର କରିବାକୁ ଅନୁରୋଧ କରୁଛନ୍ତି । ମୁମ୍ବାଇର ଜଣେ ମହିଳା ଡାକ୍ତର ଅତି କୋହଭର କଣ୍ଠରେ ନିଜର ଅନୁଭବକୁ ବାଖ୍ୟା କରି ଭାବବ୍ୱିହଳହୋଇପଡିଥିଲେ । ଏହା ସହିତ ସେ ସମସ୍ତଙ୍କୁ ନିବେଦନ ନିବେଦନ କରି କହିଥିଲେ ଯେ ଏହି ଅନିଶ୍ଚିତତାର ସମୟରେ ଆପଣମାନେ ଯେତେବେଳେ ବାହରକୁ ଯାଉଛନ୍ତି ସେତେବେଳେ ସମସ୍ତ ସାବଧାନତା ମୁଳକ ପଦକ୍ଷେପ ଗ୍ରହଣ କରନ୍ତୁ । ସମଗ୍ର ଦେଶରେ ଏବେ କରୋନା ସଂକ୍ରମଣ ଦୃତଗତିରେ ବଢିଚାଲିଥିଲା ବେଳେ ତାଙ୍କର ଏହି ଭାବବ୍ୱିହଳ ହୋଇ ମାସ୍କ ବ୍ୟବହାର କରିବାକୁ କହିଥିବା ଭିଡିଓଟି ଏବେ ସୋସିଆଲ ମିଡିଆରେ ଭଅଇରାଲ ହୋଇଛି । ତେବେ ଏହି ଡାକ୍ତର ଜଣକ ହେଉଛନ୍ତି ମୁମ୍ବାଇର ଡ. ତୃପ୍ତି ଗିଲଡା ଏବଂ ସେ ଜଣେ ସଂକ୍ରମକ ରୋଗ ବିଶେଷଜ୍ଞ । ତେବେ ଦେଶରେ ଏହି କରୋନା ସମୟରେ ଭୁଷୁଡି ପଡୁଥିବା ସ୍ୱାସ୍ôଥ୍ୟ ବ୍ୟବସ୍ଥା ଦେଖି ସେ ଏହି ଭିଡିଓର ଭାବବ୍ୱିହଳ ହୋଇପଡିଥିଲେ । ଏହା ସହିତ ଲୋକମାନଙ୍କୁ ନ ଡରି ସମସ୍ତ ସୁରକ୍ଷା ମୁଳକ ପଦକ୍ଷେପ ଗ୍ରହଣ କରି ଚଳିବାକୁ ଅନୁରୋଧ କରିଥିଲେ ।