ମହାମାରୀ କରୋନା ପୁରାପୁରି ଶିକ୍ଷା ବ୍ୟବସ୍ଥାକୁ କବଳିତ କରିଛି | ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ | ସଂକ୍ରମଣକୁ ଦୃଷ୍ଟି ରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର | ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁସାରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାର୍କ | ମାର୍କ ରେ ଅସନ୍ତୋଷ ପ୍ରକାଶ କଲେ ମିଳିବ ଆଉ ଥରେ ଲେଖାଏଁ ସୁଯୋଗ | କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଦେଇପାରିବେ ପରୀକ୍ଷା | ଅନ୍ୟପଟେ ମଦ୍ରାସା ପରୀକ୍ଷାକୁ ମଧ୍ୟ ବାତିଲ କଲେ ରାଜ୍ୟ ସରକାର | ପୂର୍ବରୁ ଦଶମ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଥଲେ ସରକାର | ମେ ୩ ରେ ହେବାକୁ ଥିବା ଦଶମ ପରୀକ୍ଷା ଉପରେ ବାତିଲ ର ମୋହର ଲଗାଇଛନ୍ତି ସମୀର ରଞ୍ଜନ ଦାଶ | ତେବେ ଏବେ ଅସ୍ଥାୟୀ ଫଳ ଘୋଷଣା ହେବ ବୋଲି ନିଷ୍ପତ୍ତି ନିଆଯାଇଛି |