ସୁନ୍ଦରଗଡ଼ : ଦିନକୁ ଦିନ କରୋନାରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ନିୟମ ଉଲଂଘନ କରିବାରୁ କୁନାଲ ପେଟ୍ରୋଲ ପମ୍ପ ସିଲ କରାଯାଇଛି । ଏହା ସହ ୫ ହଜାର ଟଙ୍କା ଜୋରିମାନା ମଧ୍ୟ କରାଯାଇଛି । କରୋନା କଟକଣା ଭଙ୍ଗ କରିବାରୁ ଏପରି ନିଷ୍ପତି ନିଆଯାଇଥିବା କଥା କହିଛନ୍ତି ଉପଜିଲ୍ଲାପାଳ । ଏହାସହ ସୁନ୍ଦରଗଡ-ବାଲିଶଙ୍କରା ବ୍ଲକ କିଞ୍ଜିରକେଲା ପଂଚାୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସେହି ପଂଚାୟତକୁ ୬ ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ଯାହାଫଳରେ ୧୮ ରୁ ୨୬ ତାରିଖ ପର୍ୟ୍ୟନ୍ତ ଲକଡାଉନ ବଳବତ୍ତର ରହିବ। ସୁଚନା ଅନୁସାରେ ଆଜି ରାଜ୍ୟରୁ ୩୬୬୪ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସୁନ୍ଦରଗଡ଼ରୁ ୩୪୦ ଚିହ୍ନଟ ହୋଇଛନ୍ତି ।