ଭୁବନେଶ୍ୱର : ଦୈନିକ ସଂକ୍ରମଣ ସହ ରାଜ୍ୟରେ ଏବେ ମୃତ୍ୟୁସଂଖ୍ୟା ବି ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯ଶହ ୪୪କୁ ବୃଦ୍ଧି ପାଇଛି । ବରଗଡ଼ ଜିଲ୍ଲାରେ କରୋନା ନେଇଛି ୪୩ ଜୀବନ । ସୁନ୍ଦରଗଡ଼ ଜିଲ୍ଲାରେ ଏହି ସଂଖ୍ୟା ୧୭୫କୁ ବୃଦ୍ଧି ପାଇଛି । ତେବେ ଏହାରି ଭିତରେ ରୋଗୀଙ୍କ ପାଇଁ ୪ ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା। ଏବଂ ୨ ଗୁଣ ବଢିବ ଆଇସିୟୁ ବେଡ୍ । ୬ ପ୍ରତିଶତ ବଢିବ ଅକ୍ସିଜେନ୍ ସପୋର୍ଟ ଥିବା ବେଡ୍ ସଂଖ୍ୟା ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।