ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୨୩ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୩୨୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୯ଜଣ, ବାଲେଶ୍ୱର ଜିଲ୍ଲାରୁ ୨୮ଜଣ, ବରଗଡ଼ ଜିଲ୍ଲାରୁ ୧୫୬ଜଣ, ଭଦ୍ରକ ଜିଲ୍ଲାରୁ ୫୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୯୨ଜଣ, ବୌଦ୍ଧ ଜିଲ୍ଲାରୁ ୭ଜଣ, କଟକ ଜିଲ୍ଲାରୁ ୧୪୦ଜଣ, ଦେଓଗଡ଼ ଜିଲ୍ଲାରୁ ୨୧ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୬୭ଜଣ, ଗଞ୍ଜାମ ଜିଲ୍ଲାରୁ ୪୪ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮ଜଣ, ଯାଜପୁର ଜିଲ୍ଲାରୁ ୭୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୧୯ଜଣ, କଳାହାଣ୍ଡି ଜିଲ୍ଲାରୁ ୫୩ଜଣ, କନ୍ଧମାଳ ଜିଲ୍ଲାରୁ ୧୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫ଜଣ, କେନ୍ଦୁଝର ଜିଲ୍ଲାରୁ ୧୨୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ନ୪୯୭ଜଣ, କୋରାପୁଟ ଜିଲ୍ଲାରୁ ୧୮ଜଣ, ମାଲକାନଗିରି ଜିଲ୍ଲାରୁ ୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୯୬ଜଣ, ନୟାଗଡ଼ ଜିଲ୍ଲାରୁ ୨୯ଜଣ, ନୂଆପଡ଼ା ଜିଲ୍ଲାରୁ ୩୯୫ଜଣ, ପୁରୀ ଜିଲ୍ଲାରୁ ୧୨୯ଜଣ, ରାୟଗଡ଼ା ଜିଲ୍ଲାରୁ ୪୪ଜଣ, ସମ୍ବଲପୁର ଜିଲ୍ଲାରୁ ୧୪୯ଜଣ, ସୋନପୁର ଜିଲ୍ଲାରୁ ୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୨୩ଜଣ, ଷ୍ଟେଟ୍ ପୁଲ୍ରୁ ୧୧୦ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୪୫୯୪ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୬୪୫୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୦୭୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୪୩୫୨୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୫୬୫୪୨୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।