ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମି ବର୍ଷା ସ୍ୱଭାବିକ ରହିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ । ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ୯୮ ପ୍ରତିଶତ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛନ୍ତି । ଗତ ଦୁଇ ବର୍ଷର୍ ପରି ଏ ବର୍ଷ ମଧ୍ୟ ସ୍ୱଭାବିକ ବର୍ଷା ହେବ ବୋଲି ପୁର୍ବରୁୁ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପକ୍ଷରୁ କୁହାଯାଇଥିଲା । ତେବେ ଭାରତ ଅର୍ଥନିତୀର କୃଷି ଏକ ମୁଖ୍ୟଭାଗ ହୋଇଥିଲା ବେଳେ ସାଧାରଣ ମୌସୁମି ବର୍ଷା ଖବର ଦେଶର କୃଷକ ମାନଙ୍କ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ଏହି କରୋନା କାଳରେ ଅସ୍ୱସ୍ଥିି ଆଣିଦେବ । ସେହିଭଳି ଓଡିଶାରେ ଚାଷ କାର୍ଯ୍ୟ ସମ୍ପୁର୍ଣ୍ଣ ଭାବରେ ମୌସୁମି ଉପରେ ନିର୍ଭର କରୁଥିଲା ବେଳେ ସାଧାରଣ ମୌସୁମି ବର୍ଷା ସରକାରଙ୍କ ଠାରୁ ବାଣିଜ୍ୟ କ୍ଷେତ୍ର ପାଇଁ ମଧ୍ୟ ଅସ୍ୱସ୍ଥିର ଖବର । ଚଳିତ ବର୍ଷ ଭାରତ ମହାସାଗରରେ ଏଲ୍ନିନ୍ୟୋ ର ପ୍ରଭାବ ନଥିବା ବେଳେ ଏହା ମୌସୁମି ଦକ୍ଷିଣ-ପଶ୍ଚିମ ମୌସୁମି ବାୟୂକୁ ସକ୍ରିୟ କରାଇବାରେ ସୁହାଇବ ବୋଲି ଭାରତୀୟ ପାଣିପାଗ ପକ୍ଷରୁ କୁହା ଯାଇଛି । ଏ ନେଇ ଆଜି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।