କଟକ : ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଷ୍ଟାଇପେଣ୍ଡ କରାଇଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହାଇସ୍କୁଲ କିରାଣୀ । କିରାଣୀ ଜଣଙ୍କ ହେଲେ ଛାଣିପୁରହାଇ ସ୍କୁଲର ଅରୁଣ କୁମାର ପରିଡା । କଟକ ଜିଲ୍ଲା ସାଲେପୁର ଥାନା ଛାଣିପୁର ହାଇସ୍କୁଲରେ ପଢୁଥିବା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଷ୍ଟାଇପେଣ୍ଡ କରାଇଦେବାକୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ।ଏନେଇ କଟକ ଭିଜିଲାନ୍ସ ବିଭାଗ ସମ୍ପୃକ୍ତ କିରାଣୀକୁ ନେଇ ଅଧିକ ପଚରାଉଚରା କରୁଥିବା ସୂଚନା ମିଳିଛି।