ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ରହିଥିବା ବେଳେ ରାଜ୍ୟରେ କରୋନା ସ୍ଥିତି କୁ ଆୟତକୁ ଆଣିବା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ଆଜିଠାରୁ ସାରା ରାଜ୍ୟରେ ପୁଣି ଲାଗୁ ହେବ ନାଇଟ୍ କର୍ଫ୍ୟୁ । ପୂର୍ବରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିବା ୧୦ ଜିଲ୍ଲା ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବା ସହିତ କରୋନା କଟକଣାକୁ ଆହୁରି କଡାକଡି କରାଯାଇଛି । ଏଥି ସହିତ ବାକି ୨୦ ଟି ଜିଲ୍ଲାରେ ମଧ୍ୟ ଆସନ୍ତା କାଲି ଠାରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ । ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରି ରେ ପୂର୍ବ କର୍ଫ୍ୟୁ କୁ କଡାକଡି କରାଯିବା ସହିତ କର୍ଫ୍ୟୁ ସମୟ ରେ ପରିବର୍ତ୍ତନ କରାଯାଇଛି । ଏହି ୧୦ ଟି ଅଧିକ ସଂକ୍ରମିତ ଜିଲ୍ଳାରେ ସଂଧ୍ୟା ୬ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ରାଜ୍ୟର ସମସ୍ତ ସହରାଞ୍ଚଳରେ ଆସନ୍ତା କାଲି ଠାରୁ ନାଇଟ୍ କର୍ଫ୍ଯୁ ଜାରି ହେବ। ୧୦ଟି ବୋର୍ଡର୍ ଜିଲ୍ଲାରେ ଜାରି ହୋଇଥିବା ନାଇଟ୍ କର୍ଫ୍ଯୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଏବଂ ଅନ୍ୟ ୨୦ଜିଲ୍ଲାର ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ଯୁ ଜାରି ରହିବ। ୧୦ଟି ବୋର୍ଡର ଜିଲ୍ଲାରେ ସପ୍ତାହନ୍ତ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏଥିସହିତ ଏହି ୧୦ ଟି ଜିଲ୍ଲାରେ ପୁଣି ଫେରିଛି ସପ୍ତାହନ୍ତ ସଟଡାଉନ୍ । ପ୍ରତି ଶନିବାର ଓ ରବିବାର ଏହି ସବୁ ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବରେ ସଟଡାଉନ୍ ଘୋଷଣା କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ବାକି ୨୦ ଟି ଜିଲ୍ଲା ଗୁଡିକରେ ରାତି ୯ ଟାରୁ ସକାଳ ୫ ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ଆସନ୍ତା କାଲି ଠାରୁ ସାରା ରାଜ୍ୟରେ କର୍ଫ୍ୟୁ କଟକଣା ଲାଗୁ କରାଯିବ ବୋଲି ବର୍ତମାନ ରାଜ୍ୟ ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି ।