କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ନିର୍ବାଚନ ଆୟୋଗ ୨୪ ଘଣ୍ଟା ପର୍ଯ୍ୟନ୍ତ କଟକଣା ଲାଗୁ କରିଛନ୍ତି। ଏହି ନିଷ୍ପତ୍ତି ବିରୋଧରେ ମମତା ମଙ୍ଗଳବାର ଧାରଣାରେ ବସିଛନ୍ତି। କଲକାତାରେ ଗାନ୍ଧୀ ମୂର୍ତ୍ତି ନିକଟରେ ମମତା ଧାରଣା ଦେଇଛନ୍ତି। ହିନ୍ଦୁ-ମୁସଲମାନଙ୍କୁ ନେଇ ମମତାଙ୍କ ମନ୍ତବ୍ୟ ପରେ ନିର୍ବାଚନ ଆୟୋଗ ତାଙ୍କ ପ୍ରଚାର ଉପରେ କଟକଣା ଲାଗୁ କରିଥିଲେ। ନିର୍ବାଚନ କମିଶନଙ୍କ ବ୍ୟାନ୍କୁ ବିରୋଧ କରି ତ୍ରୁଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଧାରଣାରେ ବସିଛନ୍ତି। ଏଥିସହ ସେ ମୁହଁରେ କଳା ରଙ୍ଗର ମାସ୍କ ପିନ୍ଧିବା ସହ ଏକ କଳା ରଙ୍ଗର ଚାଦର ମଧ୍ୟ ପକାଇଛନ୍ତି। କୋଲକାତାର ମୋୟା ସଡକ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ହ୍ୱିଲ ଚେୟାରରେ ବସି ଦିଦି ଧାରଣା ଦେଇଛନ୍ତି। କେବଳ ସେତିକି ନୁହେଁ ଦିଦି ଧାରଣାରେ ବସି ପେଣ୍ଟିଂ ମଧ୍ୟ କରିଛନ୍ତି। ସେ ପେଣ୍ଟିଂ ମାଧ୍ୟମରେ ବିରୋଧ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ ଯେ, ବିବାଦୀୟ ବୟାନ ଦେଇଥିବା କାରଣରୁ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନୀ ପ୍ରଚାର ଉପରେ ୨୪ ଘଣ୍ଟା ପାଇଁ ରୋକ ଲଗାଇଛନ୍ତି। ସୋମବାର ସନ୍ଧ୍ୟା ୮ଟା ରୁ ମଙ୍ଗଳବାର ସନ୍ଧ୍ୟା ୮ଟା ଯାଏଁ ମମତାଙ୍କ ନିର୍ବାଚନ ପ୍ରଚାର ବ୍ୟାନ କରାଯାଇଛି। ନିର୍ବାଚନ ଆୟୋଗ ମମତା ବିବାଦୀୟ ବୟାନ ଦେଇଥିବା ଅଭିଯୋଗରେ ଏହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହା ପ୍ରତିବାଦରେ ମମତା ଧାରଣା ଦେଇଛନ୍ତି।
#WATCH | West Bengal CM Mamata Banerjee paints & shows paintings as she sits on dharna at Gandhi Murti in Kolkata, to protest against a 24-hour ban imposed by ECI on her from campaigning from 8 pm of April 12 till 8 pm of April 13 pic.twitter.com/CvKHxTB53d
— ANI (@ANI) April 13, 2021