ରାଜଧାନୀରେ ପହଞ୍ଚିଲା ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା । କେବଳ ଭୁବନେଶ୍ୱର ବାସିନ୍ଦାଙ୍କୁ କୋଭାକ୍ସିନ ଟିକା ଦିଆଯିବ । ରାଜ୍ୟର ଅନ୍ୟସ୍ଥାନରେ କୋଭିସିଲ୍ଡ୍ ଟିକା ଦିଆଯିବ । ଜଣଙ୍କୁ ଗୋଟିଏ କମ୍ପାନୀର ଟିକା ଦିଆଯିବ । ଟିକା ନେବାର ୨୮ଦିନ ପରେ ମଧ୍ୟ ସେହି ଟିକା ଦିଆଯିବ । ନଚେତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପଡିବ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ । ସେ କହିଛନ୍ତି ରାଜ୍ୟରେ ଟିକାକରଣ ସଫଳ ଭାବେ ଚାଲିଛି । ସର୍ବ ଭାରତୀୟସ୍ତରରେ ରାଜ୍ୟ ଭଲ ପ୍ରଦର୍ଶନ କରୁଛି । ଟିକାକରଣରେ ଓଡିଶା ତୃତୀୟ ସ୍ଥାନରେ ରହିଛି । ଆଗକୁ ଆହୁରି ଭଲରେ ଟିକାକରଣ କରାଯିବ । ସମସ୍ତଙ୍କୁ ଟିକାକରଣ କରିବାକୁ ଚେଷ୍ଟା କରାଯିବ । ଧାର୍ଯ୍ୟ ଲକ୍ଷ୍ୟଠାରୁ ଶୁକ୍ରବାର ଅଧିକ ଟିକାକରଣ ହୋଇଛି । ଅନ୍ୟପଟେ ଶନିବାର କୋଭିସିଲ୍ଡ ଭ୍ୟାକ୍ସିନ ଷ୍ଟୋରରୁ ଟିକାଯିବ । ସେଠାରୁ ସବୁ ଜିଲ୍ଲାକୁ ପଠାଯିବ । ବର୍ତ୍ତମାନ ସୁଦ୍ଧା ୧,୩୦,୦୦୭ ଜଣଙ୍କୁ ଟିକା ଦିଆଯାଇସାରିଲାଣି ।