ଖାଉଟିଙ୍କୁ ଝଟକା। ବଢ଼ିଲା ଏଲପିଜି ଗ୍ୟାସ ଦର। ସୋମବାର ସରକାର ଏଲପିଜି ଗ୍ୟାସ ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଏହି ମୂଲ୍ୟ ବୃଦ୍ଧି ଉଭୟ ଉଜ୍ଜ୍ବଳା ଲାଭାର୍ଥୀ ଏବଂ ସାଧାରଣ ଖାଉଟିଙ୍କୁ ପ୍ରଭାବିତ କରିବ। ନୂଆ ଦର ମଙ୍ଗଳବାର ଠାରୁ ଲାଗୁ ହେବ। ଦେଶରେ ଆଜି ମହଙ୍ଗା ଝଟକା ଦେଉଛି । ଏଲପିଜି ସିଲିଣ୍ଡର ଦାମରେ ବୃଦ୍ଧି ଘଟିଛି । ସରକାର ୧୪ କିଲୋଗ୍ରାମ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି । ଏହାପରେ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମିଳୁଥିବା ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ୫୦୩ ଟଙ୍କାରୁ ବଢ଼ି ୫୫୩ ଟଙ୍କା ହୋଇଯିବ । ସେହିପରି ଅନ୍ୟ ଗ୍ୟାସ ସିଲିଣ୍ଡରର ଦାମ ୮୦୩ରୁ ବଢ଼ି ୮୫୩ ଟଙ୍କା ହୋଇଯିବ । କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ସୂଚନା ଦେଇ କହିଛନ୍ତି ‘‘ଏଲପିଜିର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଛି। ଏହି ମୂଲ୍ୟ ବୃଦ୍ଧି ପରେ ଏଣିକି ଉଜ୍ଜ୍ବଳା ଯୋଜନାରେ ସିଲିଣ୍ଡର ୫୦୦ ଟଙ୍କା ବଦଳରେ ୫୫୦ ଟଙ୍କାରେ ମିଳିବ। ସେହିଭଳି ଅନ୍ୟମାନଙ୍କୁ ୮୦୩ରୁ ବଦଳରେ ୮୫୩ ଦେବାକୁ ପଡ଼ିବ। ଗଣମାଧ୍ୟମକୁ ସମ୍ୱୋଧିତ କରି ଏନେଇ ସୂଚନା ଦେଇଛନ୍ତି ହରଦୀପ ସିଂ ପୁରୀ । ସେ କହିଛନ୍ତି, ଅନ୍ତର୍ଜାତୀୟ ବଜାରକୁ ନଜରରେ ରଖି ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ହୋଇଛି । ଆଗାମୀ ଦିନରେ ଆମେ ଏହାର ସମୀକ୍ଷା କରିବୁ । ଏହା ପୂର୍ବରୁ ସରକାର ପେଟ୍ରୋଲ-ଡିଜେଲ ଉପରେ ୨ ଟଙ୍କା ଲେଖାଏଁ ଏକ୍ସସାଇଜ ଡ୍ୟୁଟି ବଢ଼ାଇଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ କମ ହୋଇଛି, ଯେଉଁଥିପାଇଁ ସରକାର ପେଟ୍ରୋଲିୟମ କମ୍ପାନି ଯେପରିକି ଭାରତ ପେଟ୍ରୋଲିୟମ, ରିଲାଏନ୍ସ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଉପରେ ଲାଗୁ ଥିବା ଉତ୍ପାଦ ଶୁଳ୍କକୁ ପ୍ରତି ଲିଟର ୨ ଟଙ୍କା ବଢାଯାଇଛି । ତେବେ ସୂତ୍ରଅନୁସାରେ ଏହି ବୃଦ୍ଧିର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ । ଗତ କିଛି ମାସ ତଳେ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତ ବର୍ଷ ଅଗଷ୍ଟରେ ଶେଷଥର ଗ୍ୟାସ ସିଲିଣ୍ଡର ଦରରେ ପରିବର୍ତ୍ତନ ଘଟିଥିଲା । ଏହାପରଠୁ ରୋଷେଇ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା ।