କେନ୍ଦ୍ରାପଡା ମେଡ଼ିକାଲ ପାଖରେ ଥିବା ସୁର୍ଯ୍ୟ ନର୍ସିଂହୋମରେ ଏକ ଅଦ୍ଭୁତ ଶିଶୁକନ୍ୟା ଜନ୍ମ ନେଇଛି । ଯାହା ଲୋକଙ୍କୁ ବିସ୍ମିତ କରିଛି । କେନ୍ଦ୍ରାପଡା ରାଜନଗର ବ୍ଲକର ମହୁଲିଆ ପଞ୍ଚାୟତର କଣି ଗାଁର ଉମାକାନ୍ତ ପରିଡା ତାଙ୍କ ସ୍ତ୍ରୀ ଅମ୍ବିକା ପରିଡା ଙ୍କୁ ଗତକାଲି କେନ୍ଦ୍ରାପଡା ର ସୁର୍ଯ୍ୟ ନର୍ସିଂହୋମ ଡେଲିଭରି ପାଇଁ ଭର୍ତ୍ତି କରିଥିଲେ । ଆଜି ତାଙ୍କର ମେଜର ଅପରେସନ ପରେ ଅମ୍ବିକା ଏଭଳି ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ଯାହାର ଦୁଇଟି ମୁଣ୍ଡ ଓ ତିନୋଟି ହାତ ମଧ୍ୟ ଅଛି । ଏଭଳି ଘଟଣା କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ କରି ଦେଖିବାକୁ ମିଳିଛି । ଏହି କଥା ପ୍ରଘଟ ହୋଇଯିବା ପରେ ପିଲାକୁ ଦେଖିବାପାଇଁ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ଦେଖନ୍ତୁ ଏହି ଶିଶୁକନ୍ୟା କୁ ଦୁଇଟି ମୁଣ୍ଡ ତିନୋଟି ହାତ ଅଛି , ହେଲେ ଦେହ ଗୋଟିଏ ଗୋଡ ଦୁଇଟା ।ଗୋଡ ପାଖରୁ ଛାତି ପର୍ଯ୍ୟନ୍ତ ସ୍ବାଭାବିକ ଥିଲା ବୋଲି ଉପରକୁ ହାତ ତିନୋଟି ଓ ବେକ ଅଲଗା ଅଲଗା ଥାଇ ମୁଣ୍ଡ ଦୁଇଟି ଅଛି । ଦୁଇଟା ମୁହଁ ରେ ଚାରିଟା ଆଖି ଓ ଚାରୋଟି କାନ ମଧ୍ୟ ଅଛି । ହେଲେ ଶିଶୁକନ୍ୟା ଓ ମା ଅମ୍ବିକା ଙ୍କର ସ୍ବାସ୍ଥ୍ୟବସ୍ତା ଭଲ ନଥିବାରୁ ଉଭୟଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ପଠାଇ ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଏମାନଙ୍କ ଅବସ୍ଥାକୁ ଦେଖି ଶିଶୁକନ୍ୟା ଓ ମା’ଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି ।