ଜିଲ୍ଲା ସ୍ତରୀୟ ବିଶ୍ଵ ବନ ଦିବସ-୨୦୨୫ ସ୍ଥାନୀୟ ବିଜୁ ପଟ୍ଟନାୟକ ହଲଠାରେ ବରଗଡ଼ ଜିଲ୍ଲା ବନଖଣ୍ଡ ବିଭାଗ ଦ୍ଵାରା ପାଳନ କରାଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବରଗଡ଼ ଶ୍ରୀ ଆଦିତ୍ୟ ଗୋୟଲ, ମାନ୍ୟବର ବିଧାୟକ ବିଜେପୁର ଶ୍ରୀ ସନତ କୁମାର ଗଡ଼ତିଆ, ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ବିକ୍ରମଦେବ ପଟ୍ଟନାୟକ, ସମ୍ବଲପୁର ଆଞ୍ଚଳିକ ବନ ସଂରକ୍ଷଣ ଅଧିକାରୀ ଶ୍ରୀ ଟି. ଅଶୋକ କୁମାର, ବିଭିନ୍ନ ବିଭାଗର ଅଧିକାରୀଗଣ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ମାନ୍ୟବର ବିଧାୟକ ଶ୍ରୀ ଗଡ଼ତିଆଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ବନଖଣ୍ଡ ଅଧିକାରୀ ଶ୍ରୀ ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉକ୍ତ ବିଭାଗ ତରଫରୁ ଆୟୋଜିତ ୫ କି.ମି. ମାରାଥନ ଦୌଡ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଗଲା । ବିଭାଗରେ କାର୍ଯ୍ୟରତ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ଼ମାନଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ କରିଥିଲେ । ଜିଲ୍ଲାର ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମବାସୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା C.R.R. ଓ C.F.R. ପ୍ରଦାନ କରଯାଇଥିଲା । ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ମାନ୍ୟବର ବିଧାୟକ ଶ୍ରୀ ସନତ କୁମାର ଗଡ଼ତିଆ ଜଙ୍ଗଲର ରକ୍ଷଣାବେକ୍ଷଣ ଓ ମାନବ ସମାଜରେ ଏହାର ଉପକାରିତା ସମ୍ପର୍କରେ ନିଜର ମନ୍ତବ୍ୟ ପ୍ରକାଶ କରିଥିଲେ । ବନଖଣ୍ଡ ବିଭାଗର ସହକାରୀ ବନ ସଂରକ୍ଷକ ଶ୍ରୀ ହରମୋହନ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।