ଯାଜପୁର ଜିଲ୍ଲା ,ବଡଚଣା ବ୍ଲକ,ସାଉଡିଆ ଗ୍ରାମରେ ଜନ୍ମ ନେଇଥିବା ,କବି ରାମଚନ୍ଦ୍ର ପରିରାୟ ଙ୍କ ପଞ୍ଚମ ବାର୍ଷିକ ସାମ୍ଭତ୍ସରିକ ସମାରୋହ ସହ ୮୬ ତମ ଜନ୍ମଜୟନ୍ତୀ ପର୍ବ ନିଜ ଗାଁ ମାଟି ସାଉଡିଆ ବଟମୂଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ଉତ୍ସବ ରେ ସମ୍ମାନନୀୟ ଜନପ୍ରତିନିଧି ,ସାହିତ୍ୟ ସାଧକ ,ସଂସ୍କୃତି ପ୍ରେମୀ କଳାକାର ବ୍ୟକ୍ତି ବିଶେଷ ଯୋଗଦେଇ କବିଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ୱ୍ବଳନ କରାଯିବା ସହ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା |କବି ରାମଚନ୍ଦ୍ର ପରିରାୟ,ସ୍ମୃତି ସଂସଦ ,ସଭାପତି,ରାଜେନ୍ଦ୍ର ନାରାୟଣ ରାୟ ମଞ୍ଚରେ ଅଧ୍ୟକ୍ଷତା କରି କବି ଙ୍କ କାଳଜୟୀ କାର୍ଯ୍ୟ ପୁସ୍ତକ ଅଭିଜ୍ଞାନ ,ଚିତ୍ରକଳା,କଳ୍ପମଞ୍ଜରୀ ଓ ସତ୍ୟାର୍ଥ ଦର୍ପଣ,କାବ୍ୟର ସମୀକ୍ଷା କରିଥିଲେ |ସମ୍ପାଦକ ସତ୍ୟବ୍ରତ ପରିଡା,ବାର୍ଷିକ ସମାରୋହ ବାର୍ତ୍ତା ପଠନ କରିଥିଲେ | ମୁଖ୍ୟ ଅତିଥି ବଡଚଣା ବିଧାୟକ ଅମର କୁମାର ନାୟକ,ମୁଖ୍ୟ ବକ୍ତା ବିଶିଷ୍ଟ ପ୍ରବକ୍ତା ଶିକ୍ଷାବିତ ଶାରଦା ପ୍ରସନ୍ନ ମିଶ୍ର,ସମ୍ମାନିତ ଅତିଥି ପ୍ରଫେସର ଡଃ ଚନ୍ଦ୍ରକାନ୍ତ ମହାନ୍ତି ଓ ପ୍ରାଧ୍ୟାପକ ସୁବ୍ରତ ଦାସ ଯୋଗଦେଇ କବିଙ୍କ ଲିଖିତ ପୁସ୍ତକ ସଂଭାର କାଳଜୟୀ ବୋଲି ମତ ରଖିଥିଲେ |ସ୍ମୃତି ସଂସଦ ମଞ୍ଚରେ ଅବସର ପ୍ରାପ୍ତ ଶିକ୍ଷକ ଉମାକାନ୍ତ ବଳ ,ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବର୍ତ୍ତା ବିଭୁତି ଭୂଷଣ ପାଳ ,ସୁନାମ ଧନ୍ୟ ପାଲାଗାୟିକା ଶ୍ରୀମତୀ କଳ୍ପନା ନାୟକ ଙ୍କୁ ଅତିଥି ଙ୍କ ଗହଣରେ ଉତ୍ତରୀୟ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ସାଉଡିଆ ସରପଞ୍ଚ ଜଗନ୍ନାଥ ଖଣ୍ଡାଇ ,ସମିତି ସଭ୍ୟ ସୁରେନ୍ଦ୍ର ସେନାପତି ,ପ୍ରାକ୍ତନ ସରପଞ୍ଚ ,ସମାଜସେବୀ ବିପିନ ବିହାରୀ ଦକ୍ଷିଣରାୟ ,ଅବସର ପ୍ରାପ୍ତ ଶିକ୍ଷକ ଭାଗ୍ୟଧର ସାହୁ ମଞ୍ଚାସୀନ ଥାଇ ବକ୍ତବ୍ୟ ରଖିଥିଲେ |ପୂର୍ବାହ୍ନ ରେ କବି ଓ କବୟତ୍ରୀ ଙ୍କ ଗହଣରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା |ସମ୍ପାଦକ ସତ୍ୟବ୍ରତ ପରିଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ |