ସୋରଡ଼ା ବ୍ଲକ ବୁଗୁଡ଼ା ଗ୍ରାମରେ ପାରମ୍ପରିକ ଜନ କଲ୍ୟାଣ ବିଶ୍ଵଶାନ୍ତି ପଞ୍ଚ ମହା ଯଜ୍ଞ ମଙ୍ଗଳବାର ଠାରୁ ଶୁଭାରମ୍ଭ ହୋଇଛି I ଆସନ୍ତା 14 ତାରିଖ ଦୀର୍ଘ 11 ଦିନ ବ୍ୟାପି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ନାମ ଶାଳା ପ୍ରତିଷ୍ଠା, ଯମୁନା ଆବାହନ, ଦୀକ୍ଷା ଗ୍ରହଣ, କଳସ ଯାତ୍ରା, ଅନ୍ନ ଯଜ୍ଞ, ଅଂକୁର ରୋପଣ, ସୂର୍ଯ୍ୟ ପୂଜା, ଘୃତ ଯଜ୍ଞ, ପ୍ରଭୃତି କ୍ରମାଗତ ଭାବେ ଚାଲିବ I ପ୍ରତ୍ୟହ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟ ର ବିଭିର୍ଣ୍ଣ ସ୍ଥାନ ରୁ ବ୍ୟବସାୟୀ ମାନେ ପହଂଚି ପସରା ମେଲେଇ ବସିଛନ୍ତି I ଅଂଚଳ ର ବିଭିର୍ଣ୍ଣ ଗ୍ରାମରୁ ନାମ ସଂକୀର୍ତ୍ତନ ଦଳ ଆସି ଯୋଗ ଦେଇଥିବା ବେଳେ ପୁରୋହିତ ମାନେ ପହଂଚି ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି I ଅଂଚଳ ର 300 ରୁ ଊର୍ଦ୍ଧ ଗ୍ରାମ ତଥା ସୋରଡ଼ା ସହର ସାରା ନିମନ୍ତ୍ରଣ ବଣ୍ଟନ କରାଯିବା ସହ ସମସ୍ତ ପ୍ରଶାସନିକ ଅଧିକାରୀ, ନେତୃବୃନ୍ଦ ମାନଙ୍କୁ ମଧ୍ୟ ସାମିଲ ହେବାକୁ ନିମନ୍ତ୍ରିତ କରାଯାଇଛି lରାମ ଦୋଳି, ମିନା ବଜ଼ାର ସମେତ ବ୍ ବିଭିର୍ଣ୍ଣ ପ୍ରକାର ଖାଦ୍ୟ ବିକ୍ରେତା ମାନେ ପହଂଚି ଛନ୍ତି I ପୋଲିସ, ପାନୀୟ ଜଳ ବିଭାଗ, ସ୍ୱାସ୍ଥ୍ୟ, ବିଦ୍ୟୁତ ବିଭାଗ ତରଫରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆ ଯାଇଛି I ଅଞ୍ଚଳ ର ଏହା ଏକ ବଡ ଆୟୋଜନ କାର୍ଯ୍ୟକ୍ରମ ଯୋଙ୍ଗୁ ପ୍ରବଳ ଜନ ସମାଗମ ହେବାର ଅନୁମାନ କରାଯାଇଛି I