ସୋରଡ଼ା ବ୍ଲକ ମୟାଙ୍ଗି ଗ୍ରାମର ରାମଚନ୍ଦ୍ର ସ୍ୱାଇଁ ଙ୍କ ଷ୍ଟେଟ ବେଙ୍କ ଖାତା ନମ୍ବର 32764436360 ଆପେ ଆପେ ଦୁଇଟି କିସ୍ତି ରେ ପ୍ରଥମେ ଏକ ତାରିଖ ଦିନ 10.33 ରେ 4000 ଦ୍ୱତୀୟ ରେ 2 ତାରିଖ ସନ୍ଧ୍ୟା 5 ଟାରେ 9000 ଟଙ୍କା ମୋଟ 13009 ଟଙ୍କା କଟିଯାଇଛି I ଉଭୟ ଅର୍ଥ ଉଠାଣ ଆଧାର ଦ୍ୱାରା ହୋଇଥିବା ଜଣା ପଡିଛି I ରାମ ଚନ୍ଦ୍ର ଙ୍କ କହିବା ଅନୁଯାଇ ଆଧାର, ଏଟିମ କାର୍ଡ, ଖାତା କାହାକୁ ମଧ୍ୟ ଦେଇନାହିଁ ତଥାପି କିପରି ମୋ ଖାତା ରୁ ଟଙ୍କା ଗଲା ଜାଣି ପାରୁନି I ମୋବାଇଲ କୁ ମେସେଜ ଆସିଲା ଆଧାର ଦ୍ୱାରା ଅର୍ଥ ଉଠାଯାଇଛି I ଏ ସମ୍ପର୍କରେ ସାଇବର ପୋର୍ଟାଲ ରେ ଜଣାଇଛି I ଧାର ଉଦ୍ଧାର କରି ଅର୍ଥ ସଂଚୟ କରି ଘର ତିଆରି ପାଇଁ ରଖିଥିବା ଅର୍ଥ ଏପରି ଗାୟବ ହେବା ଯୋଙ୍ଗୁ ଦୁଃଖରେ ଅଛନ୍ତି ରାମ ଚନ୍ଦ୍ର I ଗ୍ରାମରେ କିଛିଦିନ ହେଲା ଚୋର ଆତଙ୍କ ଲାଗିରହୁଥିବାରୁ ବେଙ୍କ ରେ ଟଙ୍କା ରଖିଥିଲି ଏବେ କାହାକୁ ବିଶ୍ୱାସ କରାଯିବ ବୁଝି ହେଉନି ବୋଲି କହିଛନ୍ତି I ଏ ସମ୍ପର୍କରେ ଶାଖା ପରିଚାଳକ ଙ୍କୁ ମଧ୍ୟ ଜଣେଇଛି ବୋଲି କହିଛନ୍ତି I