ଚଳିତ ମାସ 8 ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବ୍ରହ୍ମପୁର ରେ ଆୟୋଜିତ ହେବାକୁ ସମାରୋହ ରେ ସୁଭଦ୍ରା ଦ୍ୱତୀୟ କିସ୍ତି ଅର୍ଥ ଯୋଗ୍ୟ ତଥା ଚୟନ କୃତ ମହିଳା ମାନଙ୍କୁ ପ୍ରଦାନ କରାଯିବ l ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ I ଏଥିପାଇଁ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଙ୍କୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ତରଫରୁ ଉକ୍ତ ସମାରୋହ ରେ ଉପସ୍ଥିତ ରହିବାକୁ ସ୍ୱତନ୍ତ୍ର ନିମନ୍ତ୍ରଣ ପହଁଚିଛି I ଏହି ସମାରୋହ ରେ ଯୋଗ ଦେଇ ମହିଳା ଶକ୍ତି କୁ ସୁଦୃଢ ତଥା ଉତ୍ସIହିତ କରିବାକୁ କୁହାଯାଇଛି I ସୂଚନା ଯୋଗ୍ୟ ଯେ ନୂତନ ରାଜ୍ୟ ସରକାର ସୁଭଦ୍ରା ଯୋଜନା ର ଶୁଭାରମ୍ଭ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତ 17 ସେପ୍ଟମ୍ବର 2024 ଜନତା ମଇଦାନ ଭୁବନେଶ୍ୱର ରେ ଆୟୋଜନ କରି ପ୍ରଥମ କିସ୍ତି ରେ 98ଲକ୍ଷ୍ୟ ମହିଳା ଙ୍କୁ ଅର୍ଥ ପ୍ରଦାନ କରାଯାଇଛି l